fbpx

ଆରଟିଓ ଏଜେଣ୍ଟଙ୍କୁ ଥଇଥାନ ପ୍ରସଙ୍ଗ: ୩ ମାସର ସମୟ ମାଗିଲେ ସରକାର

କଟକ,୬ ।୨(ଓଡିଶା ଭାସ୍କର): ଆରଟିଓ ଏଜେଣ୍ଟଙ୍କୁ ଥଇଥାନ ପ୍ରସଙ୍ଗରେ ହାଇକୋର୍ଟଙ୍କୁ ୩ ମାସର ସମୟ ମାଗିଲେ ରାଜ୍ୟ ସରକାର । ପୂର୍ବରୁ ଆରଟିଓ ଏଜେଣ୍ଟଙ୍କୁ ଥଇଥାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ସଂଶୋଧିତ ମୋଟର ଯାନ ଆଇନ ଆସିବା ପରେ ଆରଟିଓରୁ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ନୂଆ ଆଇନ କାର୍ଯ୍ୟକାରୀ ପରେ ଆରଟିଓରେ ଭିଡ ବଢିଥିବାବେଳେ ଏଜେଣ୍ଟ ଓ ମଧ୍ୟସ୍ଥିଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଥିଲା। ଲୋକଙ୍କୁ ଶୋଷଣ ଅଭିଯୋଗ ହୋଇଥିଲ । ୨୦୧୯, ସେପ୍ଟେମ୍ବର ୨୭ରେ ଏ ନେଇ ପରିବହନ କମିସନର ନିର୍ଦ୍ଦେଶନାମା ଜାରି କରିଥିଲେ। ପରିବହନ କାର୍ଯ୍ୟାଳୟ ପରିସରକୁ ଏଜେଣ୍ଟଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଏହାପରେ ଏଜେଣ୍ଟଙ୍କୁ ଆରଟିଓ ସାମ୍ନାରୁ ହଟାଇ ଦିଆଯାଇଥିଲା। କେତେକ ଏଜେଣ୍ଟଙ୍କୁ ପୁଲିସ ମଧ୍ୟ ଗିରଫ କରିଥିଲା। ସରକାରଙ୍କ ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କେତେକ ଏଜେଣ୍ଟ ଓ ସଂଘ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.