fbpx

କରୋନା ଭାଇରସକୁ ନେଇ ରାଜ୍ୟ ସରକାରଙ୍କ ସତର୍କତା

ଭୁବନେଶ୍ୱର, ୨୭ା୧(ଓଡ଼ିଶା ଭାସ୍କର): କରୋନା ଭାଇରସକୁ ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ବିଭାଗ ଏନେଇ ଆଲୋଚନା କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଛନ୍ତି । ଭାଇରସ ମୁକାବିଲା ଓ ପ୍ରସ୍ତୁତି ନେଇ କେନ୍ଦ୍ର ସଚିବଙ୍କ ସହ ଆଲୋଚନା କରାଯାଇଛି । ଏହାସହ କରୋନା ଭାଇରସ ଭୟରେ ବିମାନବନ୍ଦରରେ କଡ଼ାକଡ଼ି ଭାବେ ଚେକିଂ ଆରମ୍ଭ ହୋଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ।କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କ ସହ ଷ୍ଟାପ ସାମିଲ ହୋଇଛନ୍ତି । ବାହରୁ ଆସିଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି ଡାକ୍ତର ।

Get real time updates directly on you device, subscribe now.