fbpx

କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବିଏମ୍‌ସି ଗାଇଡଲାଇନ୍‌ ଜାରି, ବିନ୍ଦୁସାଗରରେ ବୁଡ଼ ପକାଇବା ଉପରେ କଟକଣା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବିଏମ୍‌ସି ଗାଇଡଲାଇନ୍‌ ଜାରି କରିଛି । ଏଥର ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ କଟକଣା ଲଗାଯାଇଛି । ପୁଷ୍କରିଣୀ ଓ ନଦୀରେ ବୁଡ଼ ପକାଇବାକୁ ନିଷେଧ କରାଯାଇଛି । ଆସନ୍ତା ୧୯ ତାରିଖ ପାଇଁ କଟକଣା ଜାରି କରିଛି ବିଏମ୍‌ସି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବିଏମ୍‌ସି ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି ବୋଲି ଜଣାପଡିଛି ।

ସୂଚନା ମୁତାବିକ, ଭୁବନେଶ୍ବର ସଂକ୍ରମଣ ଗ୍ରାଫ୍ ଧିରେ ଧିରେ ଖସୁଛି। ତେଣୁ କରୋନା ହାରକୁ ନିୟନ୍ତ୍ରଣ କରିବା ପାଇଁ ବିଏମ୍‌ସି ପକ୍ଷରୁ କଡ଼ା ପଦକ୍ଷପ ଗ୍ରହଣ କରାଯାଉଛି। ସଂକ୍ରମଣ ବୃଦ୍ଧି ବ୍ରେକ୍ ଲାଗଇବାକୁ ଦୃଷ୍ଟିରେ ରଖି ବିଭିନ୍ନ  ସ୍ଥାନରେ ଭିଡ଼ ନ ଜମାଇବାକୁ ବାରଣ କରାଯାଉଛି। ଆଗକୁ କାର୍ତ୍ତିକ ପୂର୍ଣ୍ଣମୀ ଥିବାରୁ ନଦୀ ପୁଷ୍କରିଣୀ ସକାଳୁ ବୁଡ଼ ପକାଇବା ପାଇଁ ଲୋକଙ୍କ ଭିଡ଼ ଜମିବାକୁ ଆଶଙ୍କା କରି ବିଏମ୍‌ସି ଏସ୍ଓପି ଜାରି କରିଛି। ରାଜଧାନୀରେ ଥିବା ସମସ୍ତ ପୁଷ୍କରିଣୀ ଓ ନଦୀରେ ବୁଡ଼ ପକାଇବାକୁ ନିଷେଧ କରାଯାଇଛି ।ଏହି କଟକଣା ୧୯ ତାରିଖରେ ଜାରି କରାଯାଇଛି।

Get real time updates directly on you device, subscribe now.