fbpx
BSKY
BJD MC SKY
BJD YOUTH SKY

ମା’ଙ୍କ ସହିତ ଭିକିଙ୍କ ଘରେ ପହଞ୍ଚିଲେ କାଟ୍ରିନା କୈଫ୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: କାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଦୁହେଁ ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଭିକି-କାଟ୍ରିିନା, ରାଜସ୍ଥାନର ୭୦୦ ବର୍ଷ ପୁରୁଣା କ୍କ୍ ସେନ୍ସ ହଲ୍ ଫୋର୍ଟରେ ରାଜକୀୟ ବିବାହ କରିବେ । ଏହି ବିବାହରେ ଦୁହିଁଙ୍କ ପରିବାର ଲୋକଙ୍କ ବ୍ୟତୀତ କିଛି ନିକଟ ସମ୍ପର୍କୀୟ ମାନେ ସାମିଲ ହେବେ । ତେବେ କାଟ୍ରିନା ଓ ଭିକି ନିଜ ସମ୍ପର୍କ ଭଳି ବିବାହକୁ ମଧ୍ୟ ପ୍ରାଇଭେଟ୍ ରଖିବା ନେଇ ଯୋଜନା କରିଛନ୍ତି ।

ତେବେ କିଛି ଦିନ ହେବ ଦୁହିଁଙ୍କ ନିକଟତା ବଢ଼ିବାରେ ଲାଗିଛି । ନିକଟରେ କାଟ୍ରିନା କୈଫ୍ , ଭିକିଙ୍କ ଘରକୁ ଯାଇଥିଲେ । ତାଙ୍କୁ ଭିକିଙ୍କ ଘର ପାଖରେ ସ୍ପଟ୍ କରାଯାଇଥିଲା । କାଟ୍ରିନାଙ୍କ ସହିତ ତାଙ୍କ ମାଆ ସୁଜୈନ୍ ଟରକାଟେ ମଧ୍ୟ ରହିଥିଲେ । ଏହି ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯେଉଁଥିରେ କାଟ୍ରିନା ଟ୍ରାଡିସନାଲ୍ ଆଉଟଫିଟ୍ ରେ ନଜର ଆସିଛନ୍ତି । ସେ ଟ୍ରାଡିସନାଲ୍ ଆଉଟଫିଟ୍ ରେ ଭିକିଙ୍କ ଘରକୁ ଯାଉଥିବା ଦେଖିବାକୁ ମିଳିଛି । ତାଙ୍କ ସହିତ ତାଙ୍କ ମାଆ ସୁଜୈନ ମଧ୍ୟ ରହିଛନ୍ତି । ପ୍ରସିଦ୍ଧ ଫଟୋଗ୍ରାଫର୍ ଭିରଲ୍ ଭୟାନୀ ମଧ୍ୟ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ କାଟ୍ରିନାଙ୍କ ଫଟୋ ସେୟାର୍ କରିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ତେବେ ଭିକି ଓ କାଟ୍ରିନା ଦୁହେଁ ଦୁହିଁଙ୍କ ବିବାହକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି କିନ୍ତୁ ଭିତରେ ଭିତରେ ବିବାହ ପ୍ରସ୍ତୁତି ଖୁବ୍ ଜୋରରେ ଚାଲିଛି । କାଟ୍ରିିନାଙ୍କ ପୂର୍ବରୁ ଭିକି ମଧ୍ୟ କାଟ୍ରିନାଙ୍କ ଘରେ ପହଞ୍ଚିଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.