fbpx
BSKY
BJD SHG SKY
BJD YOUTH SKY

ପର୍ସରେ ରଖନ୍ତୁ ଛୋଟ ଛୁରୀ, ଦୁରେଇଯିବ ଆର୍ଥିକ ସଂକଟ

ଓଡ଼ିଶା ଭାସ୍କର: ଜ୍ୟୋତିଶ ଅନୁଯାୟୀ ବାସ୍ତୁଶାସ୍ତ୍ର ମନୁଷ୍ୟ ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ଏହାର ପାଳନ କରିଲେ ଜୀବନରେ ସକାରତ୍ମକ ଓ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏପରି ଅନେକ ଛୋଟ ଛୋଟ ଉପାୟ ରହିଛି ଯାହା ଚମକ୍ରାରୀ ଭାବରେ କାର୍ଯ୍ୟ କରିଥାଏ । ସେହିପରି ବାସ୍ତୁଶାସ୍ତ୍ରର ଉପାୟ ଠିକ୍ ଭାବେ ପାଳନ ନ କଲେ ଜୀବନରେ ଅନେକ ସମସ୍ୟା ଦେଖାଯିବା ସହ ନକାରାତ୍ମକତା ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ ଜାଣିବ ା ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଛୁରୀକୁ ନେଇ କ’ଣ କହୁଛି ବାସ୍ତୁଶାସ୍ତ୍ର ।

୧. ଦୁଃସ୍ୱପ୍ନ ଦୂରେଇଥାଏ: ଅନେକ ସମୟରେ ଲୋକଙ୍କୁ ରାତିରେ ଦୁଃସ୍ୱପ୍ନ ଆସିଥାଏ । ଏଭଳି ସମସ୍ୟାରୁ ଦୂରେଇବା ପାଇଁ ଶୋଇବା ତକିଆ ତଳେ ଛୋଟ ଛୁରୀ ରଖିପାରିବେ । ଏହି ଉପାୟ କରିବା ଦ୍ୱାରା ବ୍ୟକ୍ତି ଜଣଙ୍କୁ ଦୁଃସ୍ୱପ୍ନ ଆସନଥାଏ ଏବଂ ନକାରାତ୍ମକ ଶକ୍ତି ଦୂରେଇଥାଏ । ଏହା ଅଭୟ ପ୍ରଦାନ କରିଥାଏ ।

୨. ନକାରାତ୍ମକ ଉର୍ଜ୍ଜା: ସାଧାରଣତଃ ଛୋଟ ପିଲାମାନେ ଶୋଇଥିବା ସମୟରେ ହଠାତ ଉଠି କାନ୍ଦିଥାନ୍ତି । କୌଣସି ଖରାପ ସ୍ୱପ୍ନ ବା ଚମକି ଯିବା କାରଣରୁ ଏପରି ହୋଇଥାଏ । ଏପରି ହେଲେ ଛୋଟ ପିଲାମାନେ ଶୋଉଥିବା ତକିଆ ତଳେ ଛୋଟ ଛୁରୀ ରଖିଦିଅନ୍ତୁ । ଏହା ବ୍ୟତୀତ ଛୋଟ ପିଲାମାନଙ୍କୁ ଖରାପ ଦୃଷ୍ଟିରୁ ରକ୍ଷା କରିବା ପାଇଁ ଗୋଟିଏ ନାଲି କପଡ଼ାରେ ଧାର ନଥିବା ଛୁରୀ ବାନ୍ଧି ଅଣ୍ଟା ବା ଗଳାରେ ବାନ୍ଧି ପାରିବେ । ଦେଖିବେ ସବୁ ସମସ୍ୟା ଦୂରେଇଯିବ ।

୩. ଆର୍ଥିକ ସଂକଟ: ଅଧିକାଂଶ ବ୍ୟକ୍ତିମାନେ ଅର୍ଥିକ ସଂକଟ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆୟ ଭଲ ଥିଲେ ମଧ୍ୟ ଶୀଘ୍ର ଖର୍ଚ୍ଚ ହୋଇଯାଏ । ଏଭଳି ସ୍ଥିତିରେ ସବୁବେଳେ ନିଜ ପର୍ସରେ ଛୋଟ ଛୁରୀ ରଖିଥାନ୍ତୁ । ଏହା ଦ୍ୱାରା ବ୍ୟକ୍ତି ଜଣଙ୍କ ଅନ୍ୟମାନଙ୍କ କୁଦୃଷ୍ଟି ଠାରୁ ଦୂରେଇ ରହିବା ସହ ଆର୍ଥିକ ସଂକଟ ଦୂରେଇଥାଏ ।

Get real time updates directly on you device, subscribe now.