fbpx
BSKY SKY
BSKY SKY

ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା: ଏକାଧିକ ଆହତ

BSKY

ଭୁବନେଶ୍ୱର: ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଓଏସଆରଟିସି ବସକୁ ଏକ ଘରୋଇ ବସ ଧକ୍କା ଦେଇଛି । ତେବେ ଏହି ଦୁର୍ଘଟଣାରେ ଏକାଧିକ ଆହତ ହୋଇଛନ୍ତି । ଦୁଇଟି ବସର ଡ୍ରାଇଭର ସହ ଏକାଧିକ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଦୁଇଟି ବସ ଧକ୍କା ହେବା ପରେ ଦୁଇଟି ବସର ଡ୍ରାଇଭର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ ପୋଲିସର ତଦନ୍ତରୁ ଜଣାପଡିଛି ଯେ, ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ହୋଇଛି ।

Get real time updates directly on you device, subscribe now.