fbpx

ପିଏଚଡି ଛାତ୍ରମାନଙ୍କୁ ସାହାଯ୍ୟ କରିବ ଅଦାନୀ ଗ୍ରୁପ, ପ୍ରାଣପ୍ରତିଷ୍ଠା ଉତ୍ସବ ପରେ ଘୋଷଣା କଲେ ଗୌତମ ଅଦାନୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ସମାପନ ହୋଇଛି । ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିସହ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାମ ମନ୍ଦିର ସମାରୋହ ପରେ ଗୌତମ ଅଦାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୋଷଣା କରିଛନ୍ତି ଯେ, ଅଦାନୀ ଗ୍ରୁପ ଇଣ୍ଡୋଲୋଜୀରେ ୧୪ ଜଣ ଛାତ୍ରଙ୍କ ପିଏଚଡିର ପ୍ରାୟୋଜକ ହେବେ । ଇଣ୍ଡୋଲୋଜୀ ଭାରତୀୟ ସଂସ୍କୃତି, ଭାଷା ଏବଂ ସାହିତ୍ୟର ଅଧ୍ୟୟନ ଅଟେ ।

ଅଦାନୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, ଭାରତର ସାଂସ୍କୃତିକ ଏବଂ ପରମ୍ପରାରେ ସାରା ଦୁନିଆକୁ ଉଜ୍ୱଳ କରିବାର କ୍ଷମତା ରହିଛି । ‘ବସୁଧୈବ କୁଟୁମ୍ବକମ’ ନୀତିର ପାଳନ କରି ଭାରତୀୟ ସଂସ୍କୃତି, ଭାଷାମାନ ଏବଂ ସହିତ୍ୟ ଅର୍ଥାତ ଇଣ୍ଡୋଲୋଜୀର ଅଧ୍ୟୟନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । କୋଟିପତି ବ୍ୟବସାୟୀ ଆଗକୁ ଲେଖିଛନ୍ତି ଯେ, ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଦାନୀ ଗ୍ରୁପ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠାର ଶୁଭ ମୁହୂର୍ତ୍ତରେ ୧୪ ଛାତ୍ରଙ୍କୁ ଇଣ୍ଡୋଲୋଜୀରେ ପିଏଚଡି କରିବା ପାଇଁ ସ୍ପନ୍ସର କରିବାର ନିଷ୍ପତ୍ତି ନେଇଛନ୍ତି । ଏଥିରେ ଭାରତର ସଫ୍ଟ ପାୱାର ଏବଂ ଇଣ୍ଡୋଲୋଜୀର ବିଶ୍ୱସ୍ତରୀୟ ପରିଚୟ ମିଳିବ ।

ପ୍ରାଣପ୍ରତିଷ୍ଠା ସମାରୋହ ଦିନ ମଧ୍ୟ ଗୌତମ ଅଦାନୀ ନିଜ ଟ୍ୱିଟ ମାଧ୍ୟମରେ ଅଯୋଧ୍ୟା ସହର ଏବଂ ରାମ ମନ୍ଦିରକୁ ଦେଶ ତଥା ବିଦେଶ ପାଇଁ ଜ୍ଞାନ ଏବଂ ଶାନ୍ତି ଦ୍ୱାରରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି। ଗୌତମ ଅଦାନୀ ଲେଖିଛନ୍ତି- “ଆଜି ଏହି ଶୁଭ ଅବସରରେ ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିରର କବାଟ ଖୋଲା ହେଲା, ଏହା ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସୌହାର୍ଦ୍ଦ୍ୟର ଅନନ୍ତ ସୂତ୍ର ସହିତ ସମ୍ପ୍ରଦାୟକୁ ବାନ୍ଧି ରଖିପାରିବ।”

Get real time updates directly on you device, subscribe now.