fbpx

ଘର କିଣିବା ସମୟରେ ଏହି ୮ଟି ଦିଗକୁ ରଖନ୍ତୁ ଧ୍ୟାନ

ଓଡ଼ିଶା ଭାସ୍କର ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଯେଉଁ ସ୍ଥାନରେ ବସବାସ କରୁଛେ ତାହା ଆମ ଭବିଷ୍ୟତକୁ ଦିଗ ଦେଖାଇଥାଏ । ତେଣୁ ଯଦି ଆପଣ ଘର କିଣିବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହି ନିୟମ ଗୁଡ଼ିକୁ ଧ୍ୟାନରେ ରଖନ୍ତୁ । ଘର ଆଖପାଖରେ କିଛି ନକାରାତ୍ମକ ଜିନିଷ ରହିଲେ ତାହା ଘର ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହି ୮ ନିୟମ ।

୧. କୌଣସି ମଦ ଦୋକାନ ପାଖରେ ଘର କିଣନ୍ତୁ ନାହିଁ । ବାସ୍ତୁ ଅନୁସାରେ, ମନ୍ଦିରକୁ ଅନେକ ପ୍ରକାର ନକାରାତ୍ମକ କିସମର ଲୋକ ଆସିଥାନ୍ତି । ତେଣୁ ଏଭଳି ସ୍ଥାନରେ ଘର କରିବା ଉଚିତ୍ ନୁହେଁ ।

୨. ଜୁଆଘର ପାଖରେ ଘର କିଣିବା ଆଦୌ ଉଚିତ୍ ନୁହେଁ । ଏଭଳି ସ୍ଥାନରେ ଘର ନେବା ନେବା ଦ୍ୱାରା ଘର ଉପରେ କୁପ୍ରଭାବ ପଡେ ।

୩. ବାସ୍ତୁ କୁହେ ଯେ, ଆମିଷ ବିକ୍ରି ହେଉଥିବା ସ୍ଥାନରେ ଘର କିଣିବା ଭଲ ନୁହେଁ । ଶାସ୍ତ ଅନୁସାରେ, ପିଲାମାନଙ୍କ ଉପରେ ଏହି ସ୍ଥାନର ଖରାପ ପ୍ରଭାବ ପଡେ ।

୪. ଯଦି ଆପଣ କୌଣସି ହୋହଲ୍ଲା ହେବା ଭଳି ସ୍ଥାନରେ ଘର କିଣିବାକୁ ଚାହୁଁଛନ୍ତି ତେବେ ସମ୍ପୂର୍ଣ୍ଣ ଭାବରେ ମନରୁ କାଢ଼ି ଦିଅନ୍ତୁ ।

୫. ଡାନ୍ସ କ୍ଲାସ୍ ହେଉଥିବା ଭଳି ସ୍ଥାନରେ ଘର କିଣନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ, ଏହିସବୁ ସ୍ଥାନରେ ମାନସିକ ଶାନ୍ତି ନଥାଏ ।

୬. ଘର ପାଖରେ ଦରକାର ଠାରୁ ଅଧିକ ଗଛ ଲଗାନ୍ତୁ ନାହିଁ । ବାସ୍ତୁ କୁହେ ଯେ, କିଛି ଗଛରୁ ନକାରାତ୍ମକ ଶକ୍ତି ବାହାର କରିଥାଏ । ଯାହା ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ ।

୭. ଅନାବଶ୍ୟକ ପିଲର୍ ଥିବା ସ୍ଥାନରେ ଘର କିଣନ୍ତୁ ନାହିଁ । ଏପରି ସ୍ଥାନ ଆପଣଙ୍କ ଭବିଷ୍ୟତ ଅଗ୍ରଗତିରେ ରୋକ୍ ଲଗାଇପାରେ ।

୮. ନାଳ କିମ୍ବା ଡ୍ରେନ୍ ଥିବା ସ୍ଥାନରେ ମଧ୍ୟ ଘର କିଣନ୍ତୁ ନାହିଁ ।

Get real time updates directly on you device, subscribe now.