fbpx

ଏପରି ଭାବରେ ଚପଲ ରଖୁଥିଲେ ସାବଧାନ ! ଘରକୁ ମାଡ଼ି ଆସିବ ବିପଦ

ବାସ୍ତୁ ଅନୁଯାୟୀ, ସମସ୍ତ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ଜୋତା ଏବଂ ଚପଲ ରଖିବା ପାଇଁ ମଧ୍ୟ ବାସ୍ତୁଶାସ୍ତ୍ରରେ ଉପଯୁକ୍ତ ସ୍ଥାନ ରହିଛି। ପ୍ରାୟତଃ ଲୋକମାନେ ଜୋତା ଏବଂ ଚପଲକୁ ଘର ଭିତରକୁ ନେଇ ଆସିଥାନ୍ତି ମାତ୍ର ଏପରି କରିବା ବିପଦକୁ ଡ଼ାକିବା ବା ବିପଦ ମାଡ଼ିଆସିବା ସଙ୍ଗେ ସମାନ।

ଆସନ୍ତୁ ଜାଣିବା ଜୋତା ଏବଂ ଚପଲ ସମ୍ବନ୍ଧୀୟ ଉପଯୋଗୀ ବାସ୍ତୁ ବିଚାର :-

– ଘରର ପୂର୍ବ, ଉତ୍ତର, ଉତ୍ତର କିମ୍ବା ପୂର୍ବ କୋଣରେ କେବେବି ଜୋତା ରଖନ୍ତୁ ନାହିଁ।

– ଘର ବାହାରେ ଅସଜଡା ଭାବରେ ପଡ଼ିଥିବା ଜୋତା କିମ୍ବା ଚପଲ ନକାରାତ୍ମକ ପ୍ରଭାବ ପକାଏ। ତେଣୁ, ସେଗୁଡ଼ିକ ସର୍ବଦା ଏକ କୋଣରେ ସଜଡ଼ା ହୋଇ ରଖିବା ଉଚିତ।

– ଜୋତା, ଚପଲ ଏଠାରେ ସେଠାରେ ଛିନ୍ନ ବିଛିନ୍ନ ହୋଇ ପଡିଥିଲେ। ଶନିଙ୍କର କୂପ୍ରଭାବ ପଡ଼ିଥାଏ।

– ବ୍ୟବହୃତ ଜୋତା ଏବଂ ଚପଲକୁ ସଠିକ ସ୍ଥାନରେ, ସର୍ବଦା ପଶ୍ଚିମ ଦିଗରେ ରଖିବା ଉଚିତ୍‌।

– ପୁରୁଣା ଜୋତା ଏବଂ ଚପଲ ରଖିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ରହିଥାଏ ଏହା ସହିତ, ସମସ୍ୟା ଲାଗି ରହିଥାଏ।

– ଜୋତା ଏବଂ ଚପଲର ଆଲମିରା, ପୂଜା ଏବଂ ରୋଷେଇ ଘରର କାନ୍ଥ ପାଖରେ ରଖିବା ଉଚିତ୍‌ ନୁହେଁ ।

– ଆପଣ ଶୋଇଥିବା ଶଯ୍ୟା ତଳେ ଜୋତା ଏବଂ ଚପଲ ରଖନ୍ତୁ ନାହିଁ ସ୍ବାସ୍ଥ୍ୟ ଖରାପ ହେବ। ପଡ଼େ ଶନିଙ୍କ କୂପ୍ରଭାବ ।

Get real time updates directly on you device, subscribe now.