fbpx
BJD SKY
BJD SKY

ଘରେ ରଖୁଛନ୍ତି କି Laughing Buddha? ଜାଣି ନିଅନ୍ତୁ ଏହିସବୁ ନିୟମ… ଆସିବ ପୁଳା ପୁଳା ଟଙ୍କା

BJD

ଓଡ଼ିଶା ଭାସ୍କର: ଫେଙ୍ଗ ଶୁଇରେ ଏଭଳି ଅନେକ ଜିନିଷ ରହିଛି, ଯାହାକୁ ଘରେ ରଖିବା ଶୁଭ ହୋଇଥାଏ । ଏମାନଙ୍କ ଭିତରେ ଗୋଟିଏ ହେଉଛି ଲାଫିଙ୍ଗ ବୁଦ୍ଧା । ଏହାକୁ ଗରେ ରଖିବା ଦ୍ୱାରା ଟଙ୍କାର ଅଭାବ ଦୂର ହେବା ସହ ଅନେକ ଚମତ୍କାର ଲାଭ ମଧ୍ୟ ପ୍ରାପ୍ତି ହୋଇଥାଏ । ତେବେ ଫେଙ୍ଗଶୁଇର କେଉଁ ମୂର୍ତ୍ତି କି ପ୍ରକାର ଲାଭ ଦେଇଥାଏ, ତାହା ମଧ୍ୟ ଜାଣି ରଖିବା ଆବଶ୍ୟକ । ଆସନ୍ତୁ ଫେଙ୍ଗ ଶୁଇ ଅନୁସାରେ ସମସ୍ତ କଥା ବିସ୍ତାରରେ ଜାଣିବା

ଫେଙ୍ଗ ଶୁଇ ଅନୁସାରେ, ଲାଫିଙ୍ଗ ବୁଦ୍ଧା ରଖିବା ଦ୍ୱାରା ଅର୍ଥଜନିତ ଅଭାବରୁ ମୁକ୍ତି ମିଳିଥାଏ । ଏହାବ୍ୟତୀତ ଯେଉଁଘରେ ଲାଫିଙ୍ଗ ବୁଦ୍ଧା ଥାଏ, ସେହି ଘରର ସଦସ୍ୟମାନେ ଜୀବନରେ ଅନେକ ସଫଳତା ମଧ୍ୟ ହାସଲ କରିଥାନ୍ତି । ଘରକୁ ଲାଫିଙ୍ଗ ବୁଦ୍ଧା ଆଣିଲେ ଏହା ଜୀବନରେ ଖୁସର ସମ୍ଭାର ନେଇ ଆସେ । ଏହାଦ୍ୱାରା ସାରା ଘର ସୁଖ ଶାନ୍ତିରେ ଭରିଯାଏ । ଲାଫିଙ୍ଗ ବୁଦ୍ଧାକୁ ଘରକୁ ଆଣିଲେ ଏହି ବ୍ୟକ୍ତିଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ । ଯଦି ବ୍ୟକ୍ତିଙ୍କର କୌଣସି ଚିନ୍ତା ଥାଏ, ତେବେ ଲାଫିଙ୍ଗ ବୁଦ୍ଧାର ସକରାତ୍ମକତାରେ ଶେଷ ହୋଇପାରିବ ।

ମାର୍କେଟରେ ଅନେକ ପ୍ରକାରର ଲାଫିଙ୍ଗ ବୁଦ୍ଧା ମିଳିଥାଏ । କିନ୍ତୁ କେଉଁ ପ୍ରକାର ଲାଫିଙ୍ଗ ବୁଦ୍ଧାଙ୍କୁ ଘରକୁ ଆଣିବା ଉଚିତ୍, ଏ ବିଷୟରେ ଜାଣିବା ଦରକାର । ଫେଙ୍ଗ ଶୁଇ ଅନୁସାରେ, ପିଲାଙ୍କ ସହ ଖେଳୁଥିବା ଲାଫିଙ୍ଗ ବୁଦ୍ଧା ସୁଖ ଓ ସମୃଦ୍ଧିର ପ୍ରତୀକ ବୋଲି ବିବେଚନା କରାଯାଏ । ସେହିପରି ଯଦି ଘରେ ବସିଥିବା ଲାଫିଙ୍ଗ ବୁଦ୍ଧାକୁ ଆଣନ୍ତି, ତବେ ଏହା ସ୍ଥିରତା ଏବଂ ସକରାତ୍ମକତାର ପ୍ରତୀକ ହୋଇଥାଏ ।

ଫେଙ୍ଗ ଶୁଇ ଅନୁସାରେ, ଘରେ କେବଳ ଲାଫିଙ୍ଗ ବୁଦ୍ଧାକୁ ଆଣିବା ଉଚିତ ନୁହେଁ, ବରଂ ଏହାକୁ ସଠିକ ଦିଗରେ ରଖିବା ବିଷୟରେ କୁହାଯାଇଛି । ଏହାକୁ ସଠିକ ଦିଗରେ ରଖିଲେ ହିଁ ଏହା ସମସ୍ତ ଲାଭ ପ୍ରପ୍ତି ହୋଇଥାଏ । ଫେଙ୍ଗ ଶୁଇ ଅନୁସାରେ, ଲାଫିଙ୍ଗ ବୁଦ୍ଧାକୁ ଘରର ଉତ୍ତର ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ ।

ଯଦି ଆପଣ ଘରେ ଲାଫିଙ୍ଗ ବୁଦ୍ଧା ରଖିଛନ୍ତି, କିନ୍ତୁ ଏହି ନିୟମକୁ ନ ମାନିଲେ ତେବେ ଏହା ଆପଣଙ୍କ ପାଇଁ ଫାଇଦା ପରିବର୍ତ୍ତେ କ୍ଷତି ହୋଇପାରେ । ସଠିକ ଦିଗ ଏବଂ ସଠିକ ସାଇଜ ଆଦିର ଧ୍ୟାନ ନ ରଖନ୍ତି ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡ଼ିପାରେ ।

Get real time updates directly on you device, subscribe now.