fbpx

କାଷ୍ଟିଂକାଉଚକୁ ନେଇ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କ ବଡ ବୟାନ; କହିଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ…

ମୁମ୍ବାଇ: ସାଉଥ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ କୀର୍ତ୍ତି ସୁରେଶ ନିଜର ଅଭିନୟ ଏବଂ ଲୁକ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ସାଉଥର ଅନେକ ଫିଲ୍ମରେ ଅଭିନୟ କରିଥିବା ବେଳେ ତାଙ୍କର ସମସ୍ତ ଫିଲ୍ମ ସୁପର ହିଟ୍ ମଧ୍ୟ ହୋଇଛି । ବର୍ତ୍ତମାନ ସାଉଥ ଫିଲ୍ମ ଦ୍ରୁତ ଗତିରେ ଲୋକପ୍ରିୟ ହେଉଥିବା ବେଳେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଏହି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବାକୁ ଚାହୁଁଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀ କୀର୍ତ୍ତିଙ୍କ ଏକ ବୟାନ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଛି । ତେବେ ସେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହେଉଥିବା କାଷ୍ଟିଂ କାଉଚକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି । ସେ ଏକ ଇଣ୍ଟରଭିୟୁରେ ଏହାକୁ ନେଇ ନିଜର ଅନୁଭବ ସେୟାର କରିଛନ୍ତି ।

ତେବେ ତଲୁଗୁ ଫିଲ୍ମ ମହାନତୀ ପାଇଁ ୨୦୧୮ରେ ସର୍ବଶ୍ରେଷ୍ଠ ଅଭିନେତ୍ରୀର ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା କୀର୍ତ୍ତି ସାଉଥ ଫିଲ୍ମରେ ହେଉଥିବା କାଷ୍ଟଂ କାଉଚ ନେଇ ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି ଆଜିବି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏହି କାଷ୍ଟିଂ କାଉଚ ରହିଛି । କାରଣ ମୋ ସହ କାମ କରିସାରିଥିବା ଅନେକ ଅଭିନେତ୍ରୀ ଏହି କାଷ୍ଟିଂ କାଉଚକୁ ନେଇ ନିଜର ଅନୁଭବ ବିଷୟରେ କହିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଏହିଭଳି ପରିସ୍ଥିତିର ସାମ୍ନା କରିନାହିଁ । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଲୋକଙ୍କ ସହ ଭଦ୍ର ବ୍ୟବହାର କରେ ଏବଂ ଯାହା କହେ ପୁରା ସ୍ପଷ୍ଟ ଭାବରେ କହେ । ସେଥିପାଇଁ ବୋଧ ହୁଏ ମୋ ସହ କେବେ କେହି ଏପରି ଖରାପ କିମ୍ବା ଭୁଲ ଢଙ୍ଗରେ କଥା ହୋଇ ନାହାନିଁ କି ସେପରି କିଛି ମୋ ସହ କରିବାକୁ ଚିନ୍ତା କରି ନାହାନ୍ତି ।

ଏତତ୍ ବ୍ୟତୀତ ଅଭିନେତ୍ରୀ କୀର୍ତ୍ତି ଇଣ୍ଟରଭିୟ୍ୟୁରେ ସ୍ପଷ୍ଟ ଭାବରେ ଏହା ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ଯଦି କୌଣସି ଫିଲ୍ମମେକର ମୋତେ ଏହିପରି ଅଫର ଦିଅନ୍ତି, ତେବେ ପରିସ୍ଥିତି ଯେମିତି ବି ଥାଉ ମୁଁ ଏହି ଅଫରକୁ ଗ୍ରହଣ କରିବି ନାହିଁ । ବରଂ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡି କୌଣସି ଏକ କମ୍ପାନୀରେ ଚାକିରୀ କରିବାକୁ ମୁଁ ପସନ୍ଦ କରିବି । କିନ୍ତୁ କେବେବି ଏପରି ଅଫରକୁ ମୁଁ ଗ୍ରହଣ କରିବି ନାହିଁ ବୋଲି ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ ନିଜର ମତ ଦେଇଛନ୍ତି ।

Get real time updates directly on you device, subscribe now.