fbpx

Cantonment Board ପକ୍ଷରୁ ବାହାରିଲା ୧୭୩ଟି ପଦବୀ, ଡିସେମ୍ବର ୨୬ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କ୍ୟାଣ୍ଟନମେଣ୍ଟ ବୋର୍ଡ ପକ୍ଷରୁ ୧୭୩ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀମାନେ ଜୁନିୟର କ୍ଲର୍କ, ଆରଏମଓ, ଆସିଷ୍ଟାଣ୍ଟ ଟିଚର ଓ ଅନ୍ୟ ପଦବୀମାନଙ୍କରେ ସିଧାସଳଖ ନିଯୁକ୍ତି ପାଇପାରିବେ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଡିସେମ୍ବର ମାସ ୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୨୬ ପର୍ଯ୍ୟନ୍ତ ଚାଲିବ । କ୍ୟାଣ୍ଟନମେଣ୍ଟ ବୋର୍ଡର ବିଭିନ୍ନ ଶାଖା ପାଇଁ ଆବେଦନର ତାରିଖ ଅଲଗା ଅଲଗା ରହିଛି । ସେହିପରି ପ୍ରାର୍ଥୀଙ୍କର ବୟସ ୨୩ ବର୍ଷରୁ ୩୫ ବର୍ଷ ମଧ୍ୟରେ ରହିବା ଆବଶ୍ୟକ । ପ୍ରାର୍ଥୀ ୮ମ, ୧୦ମ, ଡିପ୍ଲୋମା/ ଡିଗ୍ରୀ, ଏମବିବିଏସ୍ ପାସ୍ କରିଥିବା ଆବଶ୍ୟକ ।

ଜେନେରାଲ / ଏକ୍ସ-ସର୍ଭିସମ୍ୟାନ ୧୨୦୦, ଓବିସି ୧୦୦୦, ଏସସି ୮୦୦ ଟଙ୍କା ଆବେଦନ ଫିସ୍ ଭରିବାକୁ ପଡ଼ିବ । ସମସ୍ତ ଶାଖା ପାଇଁ ପଦବୀ ସଂଖ୍ୟା ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://echhawani.gov.in/portal/

ଅଫିସିଆଲ ୱେବସାଇଟ୍ ଲିଙ୍କ: https://echhawani.gov.in/portal/

Get real time updates directly on you device, subscribe now.