fbpx

ନୂତନ ବର୍ଷରେ ଏହି ରାଶିମାନଙ୍କର ବଢିବ ସମସ୍ୟା; ରାହୁ ଓ କେତୁଙ୍କର ପଡିବ ଖରାପ ପ୍ରଭାବ, ଜାଣନ୍ତୁ ଆପଣଙ୍କ ରାଶି ଅଛି କି ସାମିଲ

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ଅନେକ ମହତ୍ୱ ଏବଂ ଗୁରୁତ୍ୱ ରହିଛି । କାରଣ ଏହି ଶାସ୍ତ୍ର ମାଧ୍ୟମରେ ଗ୍ରହ ନକ୍ଷତ୍ରଙ୍କ ଚଳନ ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ପ୍ରର୍ଯ୍ୟନ୍ତ ସମସ୍ତ ବିଷୟରେ ଅନେକ କିଛି କଥା ଜଣାପଡିଥାଏ । ତେବେ ଚଳିତ ବର୍ଷ ସରିବା ପାଇଁ ଏବଂ ନୂତନ ବର୍ଷ ଆରମ୍ଭ ପାଇଁ ଆଉ ମାତ୍ର ୩ ସପ୍ତାହ ବାକି ଅଛି । ଏହି ନୂତନ ବର୍ଷ ଆରମ୍ଭରେ ସମସ୍ତେ ଭଲ ଭବିଷ୍ୟର ଆଶା ରଖିଥାଆନ୍ତି । କିନ୍ତୁ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଫଳପ୍ରଦ ହୁଏ ନାହିଁ । ବର୍ଷ ଆରମ୍ଭରୁ ହିଁ ସେମାନେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ଆରମ୍ଭରୁ ରାହୁ ଏବଂ କେତୁ ଗ୍ରହ ନିଜର ଗତି ଏବଂ ରାଶି ପରିବର୍ତ୍ତନ କରିବେ । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଉପରେ କିଛି ନା କିଛି ପ୍ରଭାବ ପକାଇବ । ୨୦୨୩ ମସିହାରେ ରାହୁ ମୀନ ରାଶିରେ ପ୍ରବେଶ କରିବା ବେଳେ କେତୁ କନ୍ୟା ରାଶିରେ ପ୍ରବେଶ କରିବେ । ଫଳରେ ଏହା ମୋଟ ୧୨ ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପକାଇବ । କିନ୍ତୁ ଖାସ କରି ୪ ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ…

କନ୍ୟା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୩ ମସିହା ରାହୁ ଏବଂ କେତୁଙ୍କ ରାଶି ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ବେପାର ବାଣିଜ୍ୟରେ କ୍ଷତି ଘଟିବ । ଏଥିସହିତ ଅର୍ଥିକ ସମସ୍ୟା ଲାଗି ରହିବାର ସମ୍ଭାବନା ରହିଛି ।

ମେଷ: ୨୦୨୩ ମସିହା ଆରମ୍ଭରେ ମେଷ ରାଶିର ବ୍ୟକ୍ତିମାନେ ଆର୍ଥିକ ସଂକଟର ସମ୍ମୁଖୀନ ହୋଇ ପାରନ୍ତି । ଫଳରେ ଘରେ ଅଶାନ୍ତି ଲାଗି ରହିବା ସହ ଚିନ୍ତା ବଢିବ । ଏତତ୍ ବ୍ୟତୀତ ବେପାର ବାଣିଜ୍ୟରେ ଲାଭ ହେବା ସତ୍ତ୍ୱେ ଖର୍ଚ୍ଚ ଅଧିକ ହେବ । ଏଥିସହିତ ଆପଣ ଯେଉଁ ଜାଗାରେ ନିବେଷ କରିବେ ତାହା କ୍ଷତି ହେବାର ସମ୍ଭାବନା ରହିଛି । ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି କାର୍ଯ୍ୟ କରିବା ଆବଶ୍ୟକ ।

ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୩ ମସିହାରେ ରାହୁ ରାଶି ପରିବର୍ତ୍ତନ କରି ମୀନ ରାଶିରେ ପ୍ରବେଶ କରିବେ । ଫଳରେ ଏହା ବିଭିନ୍ନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ । ବିଦ୍ୟାର୍ଥୀମାନେ ସେମାନଙ୍କ କ୍ୟାରିୟରରେ ସଫଳତା ପାଇ ପାରିବେ ନାହିଁ । ଏଥିସହିତ ବୈବାହିକ ଏବଂ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହି ସମୟ ମଧ୍ୟରେ ଜଗିରଖି ଚଳିବା ଆବଶ୍ୟକ ।

ବୃଷ: ଏହି ରାଶିର ବ୍ୟକ୍ତିମାନେ ୨୦୨୩ ମସିହାରେ ନିଜର କାମକୁ ନେଇ ଦୂର ଯାତ୍ରା କରିପାରନ୍ତି । ଯେଉଁ କାରଣରୁ ଆପଣଙ୍କର ପରିବାର ସହ ଦୂରତା ବଢିବ । ଏଥିସହିତ ଆଗାମୀ ବର୍ଷ ପ୍ରାରମ୍ଭରୁ ହିଁ ଖର୍ଚ୍ଚ ବଢିବା ସହ ଆର୍ଥିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏତତ୍ ବ୍ୟତୀତ ଆପଣ କରିବାକୁ ଚାହୁଁ ନଥିବା କାର୍ଯ୍ୟ ମଧ୍ୟ କରିବାର ଯୋଗ ରହିଛି ।

Get real time updates directly on you device, subscribe now.