fbpx

ଗାଧୋଇବା ପୂର୍ବରୁ କାହିଁକି ମାଲିସ କରନ୍ତି ଶରୀର, ଜାଣନ୍ତୁ ଏହା ପଛରେ ଥିବା କାରଣ

ସାଧାରଣତଃ ଆମ ପୂର୍ବ ବଂଶଧର ମାନେ ଗାଧୋଇବା ପୂର୍ବରୁ ସମଗ୍ର ଶରୀରକୁ ତେଲରେ ମାଲିସ କରିବାକୁ ପରାମର୍ଶ ଦେଇଥାନ୍ତି । ଏହା ପଛରେ ଏକ ବିଶେଷ କାରଣ ରହିଛି? ଏହା ପଛରେ କେବଳ ପାରମ୍ପରିକ କାରଣ ନୁହେଁ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଆଜି ଏହି ଆର୍ଟିକିଲରେ ଆମେ ଅପଣଙ୍କୁ ଏହା ପଛରେ ଥିବା ବୈଜ୍ଞାନିକ କାରଣକୁ କହିବାକୁ ଯାଉଛୁ । ଜଣେ ସୁସ୍ଥ ବ୍ୟକ୍ତି କିପରି ଏବଂ କାହିଁକି ଶରୀରରେ ତେଲ ଲଗାଇବା ପଛରେ କାରଣ କଣ ରହିଛି ଆପଣ ଏହି ଆର୍ଟିକିଲ ପଢିଲେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି କାରଣ..

ଗାଧୋଇବାର ଅତିକମରେ ଅଧ ଘଣ୍ଟା ପୂର୍ବରୁ ଶରୀରକୁ ମାଲିସ କରିବା ଆବଶ୍ୟକ । ମସାଜ ମୁଣ୍ଡରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ଗରମ ତେଲରେ କରିବା ଉଚିତ । ଧ୍ୟାନ ରଖନ୍ତୁ ପାଦରୁ କେବେ ମସାଜ ଆରମ୍ଭ କରିବା ଉଚିତ ନୁହେଁ ।

ଏହା ଆପଣଙ୍କ ଚର୍ମରେ ଥିବା ଖାଲକୁ ଭଲ ପୁଷ୍ଟିକର ପୋଷଣ ଯୋଗାଏ । ଅବରୋଧକୁ ଦୂର କରିଥାଏ ଏବଂ ରକ୍ତ ସଂଚାଳନରେ ଉନ୍ନତି ଆଣିଥାଏ । ଏହା ଶରୀରରେ ମୋଟାବିଲିଜିମକୁ ଶକ୍ତିଶାଳୀ କରିଥାଏ । ଏହି ଉପାୟରେ ଯଦି ଆପଣ ଗାଧୋଇବା ପୂର୍ବରୁ ଶରୀରକୁ ମସାଜ ଦେବେ ତେବେ ଆପଣଙ୍କୁ ବାର୍ଦ୍ଧକ୍ୟ ଜନିତ ସମସ୍ୟା ହେବ ନାହିଁ । ଏହା ଥକ୍କାପଣକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ । ଚେହେରାକୁ ଉଜ୍ୱଳ କରିବା ସହ ମାଂସପେଶୀକୁ ମଜବୁତ କରିଥାଏ ।

ସୋରିଷ ତେଲ ଶରୀରରେ ମସାଜ କରିବା କରିବା ନିହାତି ଆବଶ୍ୟକ କାରଣ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ, ଓମେଗା ଫ୍ୟାଟି ଏସିଡ, ଭିଟାମିନ-ଇ ଭରପୂର ମାତ୍ରାରେ ରହିଛି । ଯଦି ଉଷୁମ ତେଲରେ ମସାଜ କରାଯାଏ ତେବେ ଏହା ଚର୍ମରେ ଥିବା ଗର୍ତ୍ତକୁ ସଙ୍କୁଚିତ କରିଥାଏ ।

Get real time updates directly on you device, subscribe now.