fbpx

BIG BREAKING…୫ ଥର ମନା କରିବା ପରେ କୋର୍ଟ ସମନରେ ହାଜର ହେବେ କେଜ୍ରିୱାଲ

ନୂଆଦିଲ୍ଲୀ: କୋର୍ଟ ସମନରେ ହାଜର ହେବାକୁ ପ୍ରସ୍ତୁତ କେଜ୍ରିୱାଲ, ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବାନେଇ ରହିଛି ସୂଚନା । ପୂର୍ବରୁ ୫ ଥର ମନା କରିଥିଲେ । ଅରବିନ୍ଦ କେଜ୍ରିଓ୍ଵାଲ କୋର୍ଟଶୁଣାଣିରେ ଯୋଗ ଦେବେ। ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣିରେ ଯୋଗ ଦେବେ। ଫେବ୍ରୁଆରି ୧୭ତାରିଖରେ କୋର୍ଟ କେଜ୍ରିୱାଲଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ। ସେପଟେ ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ ଉପରେ ମଧ୍ୟ ହୋଇପାରେ ଆଲୋଚନା।

ଗତକାଲି ବିଧାନସଭାରେ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ପୁରୁଣା ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇନାହିଁ। ଏହା ସତ୍ତ୍ୱେ ଦିଲ୍ଲୀରେ ମଦ ଦୁର୍ନୀତି ଆଳରେ ତାଙ୍କୁ ଗିରଫ କରିବାକୁ ଚାହୁଁଛି ବିଜେପି । ବିଜେପି ଆମ୍ ଆଦମୀ ପାର୍ଟିର ଅନେକ ନେତାଙ୍କୁ ଗିରଫ କରିସାରିଛି। ଏହା ପଛରେ ଏହାର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀ ସରକାର ପତନ ହେବା । ଏଥିପାଇଁ ବିଜେପି ମଧ୍ୟ ଆମ ଦଳର ବିଧାୟକଙ୍କ ଘୋଡ଼ାବେପାର କରିବାକୁ ଚେଷ୍ଟା କରିଥିଲା କିନ୍ତୁ ତାହା ସଫଳ ହୋଇନଥିଲା।

Get real time updates directly on you device, subscribe now.