fbpx

ଭାରତର ସର୍ବବୃହତ କୋଇଲା ଉତ୍ପାଦନ କମ୍ପାନୀରେ ନିଯୁକ୍ତି ସୁଯୋଗ: ୧୪୨୫ଟି ପଦ ପାଇଁ ଜାରି ହେଲା ବିଜ୍ଞପ୍ତି

ଦେଶର ସର୍ବବୃହତ କୋଇଲା ଉତ୍ପାଦନ କମ୍ପାନୀ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ସାଉଥ୍ ଇଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡ (ଏସଇସିଏଲ) ପକ୍ଷରୁ ୧୪୨୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ୍ ମାଇନିଂ ଇଞ୍ଜିନିୟର, ଇଲେକ୍ଟ୍ରିକାଲ ଇଞ୍ଜିନିୟର, ମେକାନିକାଲ ଇଞ୍ଜିନିୟର, ସିଭିଲ ଇଞ୍ଜିନିୟର, ବୈଦ୍ୟୁତିକ ଓ ଗଣଯୋଗାଯୋଗ ଇଞ୍ଜିନିୟର, ମାଇନିଂ ଓ ମାଇନ ସର୍ଭେଇଙ୍ଗ, ଟେକ୍ନିସିଆନ ଆପ୍ରେଣ୍ଟିସ ସିଭିଲ ଇଞ୍ଜିନିୟରର ଆଦି ପଦରେ ନିଯୁକ୍ତି ଦିଆଯିବ ।

ଚଳିତ ବର୍ଷ ଫେବୃଆରୀ ମାସ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ହୋଇଥିବା ଆବଶ୍ୟକ । ଫେବୃଆରୀ ମାସ ୨୭ ତାରିଖ ଅନଲାଇନ୍ ଅବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀମାନେ ପ୍ରାସଙ୍ଗିକ ଇଞ୍ଜିନିୟରିଂ ବିଷୟର ଡିପ୍ଲୋମା / ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । ଏଥିରେ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ ।

ଅନଲାଇନ୍ ଆବେଦନ ଲିଙ୍କ: https://portal.mhrdnats.gov.in/boat/commonRedirect/registermenunew!registermenunew.action

ନୋଟିଫିକେସନ ଲିଙ୍କ: https://www.secl-cil.in/writereaddata/Notification%20no.%20no.813%20%20For%20Graduate%20&%20Technician%20Apprentices.PDF

Get real time updates directly on you device, subscribe now.