fbpx

‘ମୁଁ ଏହି ଅପମାନ ସହ୍ୟ କରିବି ନାହିଁ…’, ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ନେଇ ଘୋଷଣା କଲେ JMM ବିଧାୟକ

ରାଞ୍ଚି: ଶୁକ୍ରବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସରକାରଙ୍କ କ୍ୟାବିନେଟ୍ ବିସ୍ତାର ହୋଇଥିଲା । ଏନେଇ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଥିଲା । ଏହି କ୍ୟାବିନେଟ୍ ବିସ୍ତାରେ ମୋଟ୍ ୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ତେବେ ଶପଥ ଗ୍ରହଣ ପରେ ୧୨ ଜଣ ମନ୍ତ୍ରୀ ଅସନ୍ତୁଷ୍ଟ ଥିଲେ । ଏଥିମଧ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM )ର ବିଧାୟକ ବୈଦ୍ୟନାଥ ରାମ ଦଳ ଛାଡ଼ିବା ନେଇ ଧମକ ଦେଇଛନ୍ତି । ଏଭଳି ସ୍ଥିତିରେ ଚମ୍ପାଇଙ୍କ ଅସୁବିଧା ଆହୁରି ବଢ଼ିଯାଇଛି ।

ସୂତ୍ରରୁ ପ୍ରକାଶ ଫେବୃଆରୀ ୧୬ରେ ଚମ୍ପାଇ ସୋରେନ ସରକାରଙ୍କ କ୍ୟାବିନେଟ୍ ବିସ୍ତାରରେ ୮ ଜଣ ମନ୍ତ୍ରୀ ବିଧାୟକ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସାନ ଭାଇ ବସନ୍ତ ସୋରେନ୍‌, ମିଥିଲେଶ ଠାକୁର, ଦୀପକ ବିରୁଆ, ବେବି ଠାକୁର, ରାମେଶ୍ୱର ଉରାଓଁ, ବାଦଲ ପତ୍ରଲେଖା, ବନ୍ନା ଗୁପ୍ତା ଏବଂ ହଫିଜୁଲ୍ ହସନ୍ । ଶପଥ ଗ୍ରହଣ ସମାରୋହ ପରେ ୧୨ ଜଣ ମନ୍ତ୍ରୀ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । କାରଣ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଥିଲା । ଏଥିମଧ୍ୟରେ JMM ର ବିଧାୟକ ବୈଦ୍ୟନାଥ ରାମ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଛନ୍ତି, ‘ଶେଷ ସମୟରେ ଶପଥ ଗ୍ରହଣ କରିବାକୁ ଥିବା ମନ୍ତ୍ରୀଙ୍କ ସୂଚୀରୁ ତାଙ୍କ ନାମ ହଟାଇ ଦିଆଯାଇଥିଲା । ସେ ଏଭଳି ଅପମାନକୁ କେବେ ବି ସହ୍ୟ କରିବେ ନାହିଁ । ଆବଶ୍ୟକ ପଡ଼ିଲେ ଆଗାମୀ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ।’ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଚାପରେ ଆସି ମୋ ନାମ ତାଲିକାରୁ ହଟାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଚମ୍ପାଇ ସୋରେନ ଦୁଇ ଦିନ ଭିତରେ ଏହି ମାମଲାର ସମାଧାନ କରିବା ନେଇ ଆଶ୍ୱାସନା ଦେଇଥିବା ବୈଦ୍ୟନାଥ କହିଛନ୍ତି ।

Get real time updates directly on you device, subscribe now.