fbpx

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କ ପରଲୋକ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଦେଶର ୧୫ଟି ରାଜ୍ୟର ୫୬ଟି ଆସନ ପାଇଁ ବିଭିନ୍ନ ରାଜ୍ୟରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସେନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିଛି ରାଜ୍ୟରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବାର ସମ୍ଭାବନା ରହିଛି । ଭୋଟ ଗ୍ରହଣ ପରେ ନିର୍ବାଚନ କମିଶନ ଏନେଇ ଘୋଷଣା କରିବେ ।

ତେବେ ଆଗକୁ ରାଜ୍ୟସଭା ନିର୍ବାଚନ ଆସୁଥିବାରୁ ସେନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଥିବା ବେଳେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ନିର୍ବାଚନ ପୂର୍ବରୁ ଜଣେ ବିଧାୟକଙ୍କ ପରଲୋକ ଘଟିଛି । ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)ର ବିଧାୟକ ଆଇଡ୍ରିସ ଅଲୀଙ୍କର ପରଲୋକ ଘଟିଛି । ବିଭିନ୍ନ ରୋଗରେ ପୀଡ଼ିତ ହୋଇ ବିଧାୟକ ଅଲୀ ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଲୀଙ୍କ ବିୟୋଗ ଟିଏମସି ପାଇଁ ଏକ ବଡ଼ ଝଟକା । ମୁର୍ଶିଦାବାଦର ଭାଗୱାଙ୍ଗୋଲା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଅଲୀ ୭୩ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପାଡ଼ିଛି ।

Get real time updates directly on you device, subscribe now.