fbpx

ଆଇଆରଏସ ପାଇ ମଧ୍ୟ ସନ୍ତୁଷ୍ଟ ନଥିଲେ ଅରବିନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ଇସ୍ତଫା ଦେଉଛନ୍ତି । ଏହି ପ୍ରସଙ୍ଗ ଏବେ ସବୁଠି ଚର୍ଚ୍ଚାରେ । ତେବେ ଏତେ ସହଜରେ ଏତେ ଶୀର୍ଷରେ ପହଞ୍ଚିଥିବା ଅରବିନ୍ଦ କେଜରିୱାଲ କେବେ ମଧ୍ୟ ରାଜନୀତି ପ୍ରତି ଆକୃଷ୍ଟ ନଥିଲେ । ସେ ଜଣେ ଆଇଏଏସ ହେବାକୁ ଚାହୁଁଥିଲେ । କିନ୍ତୁ ଏହି ଇଛା ତାଙ୍କର ଅପୂର୍ଣ୍ଣ ରହିଯାଇଥିଲା । ଦୁଇଥର ୟୁପିଏସସି ପରୀକ୍ଷା ଦେଇଥିଲେ ମଧ୍ୟ ବିଫଳ ହୋଇଥିଲେ ।

୧୯୬୮ରେ ଜନ୍ମିତ ଅରବିନ୍ଦଙ୍କ ଜନ୍ମ ହରିଆଣାର ହିସାର ଜିଲ୍ଲାର ସିୱାନୀ ଖେଡା ଗାଁରେ । ଅରବିନ୍ଦଙ୍କର ଦୁଇ ଭାଇ ଭଉଣୀ ଥିଲେ । ସେ ତାଙ୍କ ସ୍କୁଲିଂ ହିସାରରେ ଶେଷ କରିଥିଲେ । ଅରବିନ୍ଦଙ୍କ +୨ ପରେ ଆଇଆଇଟି ଜେଇଇ ପରୀକ୍ଷା ଦେଇଥିଲେ ଓ ୫୬୩ ର୍ୟାଙ୍କ ହାସଲ କରିଥିଲେ । ଏହା ପରେ ଆଇଆଇଟି ଖଡଗପୁରରେ ମେକାନିକାଲ ଇଞ୍ଜିନିୟରିଂ କରିଥିଲେ ।

ଆଇଆଇଟି ଖଡଗପୁରରୁ ପାଠପଢା ଶେଷ କରିବା ପରେ ପରେ ହିଁ ୧୯୮୯ରେ ଚାକିରି ପାଇଯାଇଥିଲେ । ହେଲେ ଏହି ଚାକିରି ତାଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା । ତେଣୁ ୧୯୯୨ରେ ସେ ଚାକିରିରୁ ଇସ୍ତଫା ଦେଇ ୟୁପିଏସସି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ପ୍ରଥମ ପ୍ରୟାସରେ ୧୯୯୩ରେ ସେ ଭାରତୀୟ ରାଜସ୍ୱ ସେବା (ଆଇଆଇଏସ)ରେ ସଫଳ ହୋଇଥିଲେ । କିନ୍ତୁ ସେ ଚାହୁଁଥିଲେ ଆଇଏଏସ ହେବେ । ତେଣୁ ପୁଣି ଥରେ ୧୯୯୫ ରେ ୟୁପିଏସସି ପରୀକ୍ଷା ଦେଇଥିଲେ ଓ ପୁଣି ଆଇଆରଏସରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଶେଷରେ ବାଧ୍ୟ ହୋଇଥିଲେ ଭାରତୀୟ ରାଜସ୍ୱ ବିଭାଗରେ ଆସିଷ୍ଟାଣ୍ଟ କମିଶନର ହୋଇଥିଲେ । ୨୦୦୬ରେ ଅରବିନ୍ଦ ଜଏଣ୍ଟ ଆୟକର କମିଶନର ପଦରୁ ଇସ୍ତଫା ଦେଇଥିଲେ । ଆନା ହଜାରେଙ୍କ ସହ ମିଶି ଲୋକପାଳ ବିଲ ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆଉ ୨୦୧୩ରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ସରକାର ଗଠନ କରିଥିଲେ । ଏହା ପରେ ୨୦୧୫ ଓ ୨୦୨୦ରେ ମଧ୍ୟ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲ ।

Get real time updates directly on you device, subscribe now.