ଆଉ ନାହାନ୍ତି ଜରି ମାଉସୀ, ମନ୍‌ କି ବାତ୍‌ରେ ପ୍ରଂଶସା କରିଥିଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ରାପଡାର କମଳା ମହାରଣାଙ୍କ ପରଲୋକ ।

ଭୁବନେଶ୍ବର: କେନ୍ଦ୍ରାପଡାର କମଳା ମାଉସୀଙ୍କର ଦେହାନ୍ତ ହୋଇଛି । ସେ ଶନିବାର ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ପ୍ରଧାନମନ୍ତ୍ରୀ କରିଥିଲେ ପ୍ରଶଂସା- କମଳା ମହାରଣା ପଲିଥିନ୍ ରେ ବିଭିନ୍ନ ଘରକରଣା ଜିନିଷ ତିଆରି କରି ଅନେକ ନାଁ କରିଥିଲେ । ଏପରିକି ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । 2023 ଫେବୃଆରୀ ମାସରେ ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 98ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କମଳାଙ୍କ କାମକୁ ପ୍ରଶଂସା କରିଥିଲେ ।  ମହତ୍ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା ସହ ସମ୍ମାନ ଜଣାଇଥିଲେ ବୋଲି କହିବା ସହିତ ପରିବାର ଲୋକଙ୍କୁ ସାନ୍ତନା ପ୍ରଦାନ କରିଛନ୍ତି ବୈଜୟନ୍ତ ପଣ୍ଡା ।

ଘରେ ପଡିଯାଇଥିଲେ ଜରି ମାଉସୀ- ଗତ ଗୁରୁବାର ଦିନ ଘରେ ପଡି ଯାଇଥିଲେ ଜରି ମାଉସୀ । ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଗତକାଲି ରାତି ୧୦ ଘଟିକାରେ ଡାକ୍ତର କମଳା ମହାରଣାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ତାଙ୍କ ମୃତଦେହ ଖଇରାବାଦ ଗାଁରେ ପହଞ୍ଚିଥିଲା । ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କମଳାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।