fbpx
BSKY
BJD MC SKY
BJD YOUTH SKY

ପୁଣି ଲକଡାଉନ୍ ଘୋଷଣା, ବଢ଼ିଲା ସଂକ୍ରମଣ…

ଓଡ଼ିଶା ଭାସ୍କର ବ୍ୟୁରୋ: ବଢ଼ିଲା ସଂକ୍ରମଣ। ଆଉ ଦୁଇ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ସରକାର।ଫଳରେ ପୁଣି ଚିନ୍ତା ବଢିଯାଇଛି।

ସମଗ୍ର ଦେଶରେ ଦେଖାଯାଉଥିବା ନୂଆ କରୋନା ସଂକ୍ରମଣ ସଂଖ୍ୟାର ଅଧେକ ହେଉଛନ୍ତି କେରଳର। ମାଲାପୁରମ, ତ୍ରିସୁର, କୋଝିକୋଡ, ଏର୍ଣ୍ଣାକୁଲମ, ପାଲାକାଡ, କୋଲ୍ଲମ, କାନ୍ନୁର, ଥିରୁବନ୍ତପୁରମ ଓ କୋଟ୍ଟାୟମ ଲାଗି ସରକାର ଚିନ୍ତାରେ ପଡ଼ିଛନ୍ତି। ଟେଷ୍ଟିଂ ଓ ଟ୍ରାକିଂରେ ମଧ୍ୟ ସମସ୍ୟା ଦେଖାଯାଉଛି। କେନ୍ଦ୍ର ସରକାର ବି କେରଳ ଲାଗି ଚିନ୍ତିତ। କେରଳକୁ ୬ଜଣିଆ ଟିମ୍ ପଠାଇବାକୁ ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ୨୭ ହଜାରରୁ ଅଧିକ ରହିଛି। ସବୁ ଦୃଷ୍ଟିରୁ ସରକାର ଦୁଇଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆଇସିଏମଆର ରିପୋର୍ଟ ଅନୁସାରେ କେରଳରେ ଆଣ୍ଟିବଡି ସଂଖ୍ୟା ଜାତୀୟ ହାରଠୁ ସର୍ବନିମ୍ନ ଏବଂ ମଧ୍ୟପ୍ରଦେଶରେ ସର୍ବାଧିକ ଆଣ୍ଟିବଡି ରହିଛି।

 

 

Get real time updates directly on you device, subscribe now.