fbpx
BJD SKY
BJD SKY

ଟି-୨୦ରେ ଦିନିକିଆ ପ୍ରତିଶୋଧ: ୧୩ ବର୍ଷ ପରେ ସିରିଜ୍ ହାରିଲା ଭାରତ

BJD

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି-୨୦ ମୁକାବିଲାକୁ ଜିତି ନେଇଛି ଶ୍ରୀଲଙ୍କା । ବୋଲରଙ୍କ ଚମକ୍ରାର ପ୍ରଦର୍ଶନ ପରେ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ବଳରେ ମ୍ୟାଚକୁ ୭ ୱିକେଟରେ ଜିତି ନେଇଛି ଶ୍ରୀଲଙ୍କା ଏହା ସହିତ ଘରୋଇ ଦଳ । ସମ୍ପୂର୍ଣ୍ଣ ଷ୍ଟାଇଲରେ ଦିନିକିଆ ସିରିଜ୍ ପରାଜୟର ପ୍ରତିଶୋଧ ନେଇଛି ଶ୍ରୀଲଙ୍କା । ମ୍ୟାନ୍ ଅଫ୍ ଦ ମ୍ୟାଚ୍ ୱନିନ୍ଦୁ ହସରଙ୍ଗାଙ୍କ ଅଲରାଉଣ୍ଡ ସଫଳତା ବଳରେ ଶ୍ରୀଲଙ୍କା ମ୍ୟାଚକୁ ୩ ବଲ ବାକି ଥାଇ ଜିତି ନେଇଥିଲା । ୮୨ରନର ପିଛା କରୁଥିବା ଶ୍ରୀଲଙ୍କା ୩ ୱିକେଟ ହରାଇ ମ୍ୟାଚ ଜିତି ନେଇଥିଲା । ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ଡି ସିଲଭା ସର୍ବାଧିକ ୨୩ ରନ୍ କରିଥିବା ବେଳ ୱନିନ୍ଦୁ ହସରଙ୍ଗା ୧୪ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ରାହୁଲ ଚହର ୧୫ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୮୧ ରନ୍ ସଂଗ୍ରହ କରି ପାରିଥିଲା । ଟପ୍ ଅର୍ଡରରେ ଋତୁରାଜ ଗାଏକ୍ୱାଡ(୧୪)ଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଧୱନ(୦), ପାଡିକଲ୍(୯), ସାମସନ(୦) ଓ ନୀତିଶ ରାଣା(୬)ଙ୍କ ବିଫଳତା କାରଣରୁ ଭାରତୀୟ ଦଳ ୩୪ ରନରେ ୫ ୱିକେଟ ହରାଇଥିଲା । ତେବେ ଶେଷ ଆଡକୁ ଭୁବନେଶ୍ୱର କୁମାର (୧୬) ଓ ଟପ ସ୍କୋରର କୁଲଦୀପ ଯାଦବ(୨୩) ରନ୍ ବଳରେ ଭାରତ ଟି-୨୦ରେ ନିଜର ନ୍ୟୁନତମ ସ୍କୋର ୭୪କୁ ଅତିକ୍ରମ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ବର୍ଥଡେ ବୟ ହସରଙ୍ଗା ୪ ଓଭରରେ ୯ ରନ ଦେଇ ୪ଟି ୱିକେଟ ନେଇଥିଲେ । ଭାରତୀୟ ଇନିଂସରେ ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରିନଥିବା ବେଳେ ମାତ୍ର ୪ଟି ଚୌକା ଦେଖିବାକୁ ମିଳିଥିଲା । ଏହି ପରାଜୟ ସହିତ ୧୩ ବର୍ଷ ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ସିରିଜ ହାରିଛି ।

Get real time updates directly on you device, subscribe now.