fbpx

୯୦ ଦଶକର ଲୋକପ୍ରିୟ କାର୍ଟୁନ ଚରିତ୍ର; ଜାଣନ୍ତୁ ଟମ୍ ଆଣ୍ଡ ଜେରୀଙ୍କ ବିଷୟରେ କିଛି ଅଜଣା କଥା

ଆପଣ ପିଲାବେଳେ କାର୍ଟୁନ ତ ନିଶ୍ଚୟ ଦେଖିଥିବେ ଏବଂ ଯେତେବେଳେ କାର୍ଟୁନ କଥା ଆସେ ସେତେବେଳେ ପ୍ରଥମେ ‘ଟମ୍ ଆଣ୍ଡ ଜେରୀ’ଙ୍କ କଥା ଆସେ । ‘ଟମ୍ ଆଣ୍ଡ ଜେରୀ’ ର ଲୋକପ୍ରିୟତା ଏମିତି ଯାହା ଆଜିବି ଦୁନିଆରେ ସମସ୍ତଙ୍କର ପ୍ରିୟ ହୋଇ ରହିଛି । ଯୋସେଫ ବାରବରା ଏବଂ ୱିଲିୟମ ହାନା ‘ଟମ୍ ଆଣ୍ଡ ଜେରୀ’ ର ନିର୍ମାତା । ଏହି ସୁପ୍ରସିଦ୍ଧ କାର୍ଟୁନ ସବୁଠୁ ପ୍ରଥମେ ୧୦ ଫେବୃଆରୀ ୧୯୪୦ରେ ପ୍ରସାରିତ ହୋଇଥିଲା ।

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରଥମେ ଏହି ଏପିସୋଡରେ ଟମର ନାମ ଜାସପର ଥିଲା ଏବଂ ଜେରୀର ନାମ ଜିଙ୍କସ ଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ‘ଟମ୍ ଆଣ୍ଡ ଜେରୀ’ ର ନିର୍ମାତାଙ୍କୁ ଜାସପର ଏବଂ ଜିଙ୍କ୍ସ ନାମ ପସନ୍ଦ ହୋଇନଥିଲା ଏହା ପରେ ସେମାନେ ଏହି କାର୍ଟୁନର ଚରିତ୍ରଙ୍କର ନାମ ପରିବର୍ତ୍ତନ କରିବାକୁ ଚାହିଥିଲେ । କୁହାଯାଏ କି ଯୋସେଫ ବାରବରା ଏବଂ ୱିଲିୟମ ହାନାଙ୍କ ଟିମ୍ ରେ କାମ କରୁଥିବା ଜଣେ ଆନିମେଟର ଜନ କାର ‘ଟମ ଆଣ୍ଡ ଜେରୀ’ ନାମ ଦେଇଥିଲେ । ଏଥିପାଇଁ ତାଙ୍କୁ ୫୦ ଡଲାରର ପୁରସ୍କାର ମଧ୍ୟ ଦିଆଯାଇଥିଲା ।

‘ଟମ୍ ଆଣ୍ଡ ଜେରୀ’ ସହ ଜଡ଼ିତ ଆଉ ଏକ ରୋଚକ କଥା ହେଉଛି ପ୍ରଥମେ ‘ଟମ ଆଣ୍ଡ ଜେରୀ’ଙ୍କୁ ବନ୍ଧୁ ଭାବରେ ଦର୍ଶାଯାଉଥିଲା । ଅବଶ୍ୟ ଲୋକଙ୍କୁ ଏଥିରେ ମଜା ଆସିନଥିଲା ଏବଂ ଦର୍ଶକଙ୍କ ମତାମତ ଉପରେ କାମ କରିବା ସହ ନିର୍ମାତା ‘ଟମ୍ ଆଣ୍ଡ ଜେରୀ’ଙ୍କୁ ଆଗାମୀ ଏପିସୋଡ୍ ଗୁଡ଼ିକରେ ଲଢ଼େଇ କରୁଥିବାର ଦେଖାଇବା ଆରମ୍ଭ କରିଥିଲେ ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଆଉ ଏହି ସୋର ଲୋକପ୍ରିୟତାକୁ ଦେଖି ନାସା ମଧ୍ୟ ଏହାର ଦୁଇଟି ସାଟେଲାଇଟର ନାମ ‘ଟମ ଆଣ୍ଡ ଜେରୀ’ ରଖିଥିଲା ।

Get real time updates directly on you device, subscribe now.