fbpx

ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବିବାହିତା ମହିଳାଙ୍କ ସହମତିରେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

କେରଳ: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ବିବାହିତା ମହିଳାଙ୍କ ସହମତିରେ ତାଙ୍କ ସହ ଶାରୀରିକ ସର୍ମ୍ପକ ରଖିବା ଦୁଷ୍କର୍ମ ନୁହେଁ ବୋଲି କେରଳ ହାଇକୋର୍ଟ କହିଛନ୍ତି । ଏକ ମାମଲାର ଶୁଣାଣି କରୁଥିବା ବେଳେ ନିକଟରେ କୋର୍ଟ ଏପରି ରାୟ ଦେଇଛନ୍ତି । ଅଭିଯୁକ୍ତ ଦ୍ୱାରା ତାଙ୍କ ବିରୋଧରେ ବିଚାରଧୀନ ଥିବା ସମସ୍ତ ଅପରାଧିକ ପ୍ରକ୍ରିୟା ବନ୍ଦ କରିବାକୁ ଦାଖଲ ହୋଇଥିବା ଏକ ଆବେଦନ ଉପରେ କୋର୍ଟ ବିଚାର କରୁଛନ୍ତି । ଅଭିଯୁକ୍ତ ଓ ପୀଡିତା ଉଭୟ ଭାରତୀୟ ହୋଇଥିବା ବେଳେ ପ୍ରଥମେ ଥର ପାଇଁ ଅଷ୍ଟ୍ରେଲିଆରେ ଫେସବୁକ୍ ମାଧ୍ୟମରେ ଭେଟ ହୋଇଥିଲେ । ପରେ ସେମାନଙ୍କର ସମ୍ପର୍କ ଗଭୀର ହୋଇଗଲା ଏବଂ ସେମାନେ ବିବାହ କରିବାକୁ ସ୍ଥିର କଲେ । ସେମାନେ ଦୁଇଥର ସହମତି ଭିତ୍ତିକ ଯୌନ ସମ୍ପର୍କ ସ୍ଥାପନ କରିଥିଲେ । ଅବଶ୍ୟ ଏହି ବିବାହ ହୋଇପାରିଲା ନାହିଁ । ସେହି ସମୟରେ ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲେ ଏବଂ ଛାଡପତ୍ରର ପ୍ରକ୍ରିୟା ଚାଲିଥିଲା ।

ଜଷ୍ଟିସ କୌସର ଏଡାପାଗଥ ତାଙ୍କର ପୂର୍ବ ନିଷ୍ପତ୍ତିକୁ ଦୋହରାଇଛନ୍ତି ଯେ, ଅଭିଯୁକ୍ତ ଜଣକ ଜଣେ ବିବାହିତା ମହିଳାଙ୍କୁ ବିବାହ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି ଦେବା ଏକ ପ୍ରତିଶ୍ରୁତି, ଯାହାକି ଆଇନ ଅନୁଯାୟୀ ଲାଗୁ କରିବାକୁ ଯୋଗ୍ୟ ନୁହେଁ । ଏଥିପାଇଁ ଏହି ମାମଲାରେ ଦଣ୍ଡବିଧି ପ୍ରଯୁଜ୍ୟ ଧାରା ୩୭୬ ଲାଗୁ ହେବ ନାହିଁ । କୋର୍ଟ କହିଛନ୍ତି ଯେ, ‘ଏହା ଏପରି ଏକ ଘଟଣା ଯେଉଁଠାରେ ପୀଡିତା ଜଣେ ବିବାହିତା ମହିଳା, ଯେ କି ସ୍ୱେଚ୍ଛାକୃତ ଭାବେ ତାଙ୍କ ପ୍ରେମିକ ସହିତ ଯୌନ ସମ୍ପର୍କ ରଖିଥିଲେ । ସେ ବହୁତ ଭଲ ଭାବରେ ଜାଣିଥିଲେ ଯେ ସେ ଆବେଦନକାରୀଙ୍କ ସହ ଏକ ବୈଧ ବିବାହରେ ରହିପାରିବେ ନାହିଁ, କାରଣ ସେ ଜଣେ ବିବାହିତା ମହିଳା ।’

କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ବିବାହିତା ମହିଳାଙ୍କୁ ବିବାହ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ଆଇନରେ ଲାଗୁ କରିବା ଯୋଗ୍ୟ ନୁହେଁ । ଏହିପରି ଏକ ଅପ୍ରବର୍ତ୍ତନୀୟ ଓ ଅବୈଧ ପ୍ରତିଶ୍ରୁତି ଆଇପିସିର ଧାରା ୩୬୭ ଅଧିନରେ ପ୍ରବର୍ତ୍ତନ ପ୍ରକ୍ରିୟାର ଆଧାର ହୋଇପାରିବ ନାହିଁ ।

Get real time updates directly on you device, subscribe now.