fbpx

ଇତିହାସ ରଚିଲା ଇସ୍ରୋ: ପିଏସଏଲଭି ସି-୫୪ର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ଇତିହାସ ରଚିଲା ଇସ୍ରୋ । ମହାକାଶକୁ ସଫଳତାର ସହ ଉତକ୍ଷେପଣ କଲା ପିଏସଏଲଭି ସି-୫୪ । ଶନିବାର ପୂର୍ବାହ୍ନ ୧୧.୫୬ ମିନିଟରେ ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଥିଲା । ପିଏସଏଲଭି ରକେଟ ସହାୟତାରେ ୯ ଟି ସାଟେଲାଇଟ୍ ମହାକାଶକୁ ପଠାଯାଇଛି । ଏହାମଧ୍ୟରେ ଓସନସ୍ୟାଟ୍-୩ ଓ ୮ଟି ନାନୋ ସାଟେଲାଇଟ୍ ରହିଛି । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ ରହିଛି ।

ଏଥିନେଇ ପୂର୍ବରୁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା । ଏହାର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ନେଲୋରର ଏକ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ଏହି ମିଶନ ସଫଳ ହେବାପାଇଁ ଜୋରଦାର ପ୍ରୟାସ ଚାଲୁଥିବାବେଳେ ଏହାକୁ ଉତକ୍ଷେପଣ କରିବା ନିମନ୍ତେ ୨ଘଣ୍ଟା ୨୦ ମିନିଟ୍ ସମୟ ଲାଗିଥିଲା । ପ୍ରାଇମେରୀ ସାଟେଲାଇଟ୍ ଓ ନାନୋ ସାଟେଲାଇଟକୁ ଦୁଇଟି ଭିନ୍ନ ଭିନ୍ନ ସେଲର ସନକ୍ରୋନର୍ସ ପୋଲର ଅର୍ବିଟସରେ ଲଞ୍ଚ କରାଯାଇଥିଲା । ଏହି ସାଟେଲାଇଟ୍ ସମୁଦ୍ର ଉପରେ ନଜର ରଖିବ । ବାୟୁମଣ୍ଡଳ ଓ ସମୁଦ୍ର ବିଜ୍ଞାନ ଅଧ୍ୟୟନରେ ଏହା ମଧ୍ୟ ସହାୟକ ହୋଇପାରିବ ।

ଏହି ଉପଗ୍ରହ ପାଣିପାଗର ପୂର୍ବାନୁମାନ କରିବାରେ ସକ୍ଷମ ହେବା ସହ ସାମୁଦ୍ରିକ ଝଡ଼ର ମୁକାବିଲାରେ ସାହାଯ୍ୟ କରିବ । ଯେକୌଣସି ଘୂର୍ଣ୍ଣିବଳୟର ଆଗମନ ପୂର୍ବରୁ ଏହି ଉପଗ୍ରହଗୁଡ଼ିକରୁ ସୂଚନା ପାଇହେବ । ଉତକ୍ଷେପଣ କରାଯାଇଥିବା ପିଏସଏଲଭିର ଏହା ଫାଇନାଲ ଲଞ୍ଚ ଥିଲା । ଏଥିପୂର୍ବରୁ ଇସ୍ରୋ ପକ୍ଷରୁ ସଫଳତାର ସହ ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ର ଲଞ୍ଚ ଗତ ୧୮ ତାରିଖରେ କରାଯାଇଥିଲା ।

Get real time updates directly on you device, subscribe now.