fbpx

(Video) ରାତାରାତି ଧନୀ ହେବାପାଇଁ ଆପଣାଇଲେ କଳାଯାଦୁ: ନର ବଳି ପରେ ରାନ୍ଧି ଖାଇଲେ ଶବକୁ…

Advertisement

ନର ପିଶାଚଙ୍କୁ ଘାରିଥିଲା ଧନୀ ହେବାର ଲୋଭ । ଆହୁରି ରହିଥିଲା ଚିରଯୌବନ ପାଇବାର ମୋହ  । ଏଥିପାଇଁ  ଆପଣାଇଥିଲେ କଳାଯାଦୁ । କଳାଯାଦୁ ପାଇଁ ନରବଳି ମଧ୍ୟ ଦେଇଥିଲେ । ଏତିକିରେ ସରିନଥିଲା କଥା ବଳି ପରେ ଶବକୁ ରାନ୍ଧି ଖାଇବାକୁ ବି ପଛାଇନଥିଲେ ଏହି ନରପିଶାଚ । ଏଭଳି ଏକ ଲୋମହର୍ଷକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଦେଖିବାକୁ ମିଳିଛି କେରଳରେ । ଯାହାକୁ ନେଇ ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଅର୍ଥ ପାଇଁ କେରଳରେ ଦୁଇ ଦୁଇଟି ନରବଳି  । ଏହି ଘଟଣାରେ ଗିରଫ ୩ ଅଭିଯୁକ୍ତ ହେଲେ ସ୍ଥାନୀୟ ମସାଜ୍ ଥେରାପିଷ୍ଟ୍ ଭଗବଲ ସିଂହ, ତାଙ୍କ ପତ୍ନୀ ଲୈଲା ଏବଂ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶାଫି ଓରଫ୍ ରସିଦ୍  । ଆଉ ହତ୍ୟାର ଶିକାର ହୋଇଛନ୍ତି ଏର୍ଣ୍ଣାକୁଲମ ଜିଲ୍ଲା ପନ୍ନୁରୁନିର ପଦ୍ମା ଏବଂ ଅଙ୍ଗମାଲି ନିକଟ କଲାଡ଼ିର ରୋଜ୍ଲି  । ପୋଲିସର ସୂଚନା ଅନୁସାରେ, ଭଗବଲ ଓ ଲୈଲାଙ୍କୁ ରାତାରାତି ଧନୀ ହେବାର ଲୋଭ ଦେଖାଇ, ନରବଳି ପାଇଁ ମୁଣ୍ଡ ଯୋଗାଇ ଦେବାକୁ ୧୦ ଲକ୍ଷ ଟଙ୍କା ନେଇଥିଲା ଶାଫି  ।

ଅନ୍ୟପଟେ ଲଟେରି ଟିକେଟ୍ ବିକୁଥିବା ପଦ୍ମା ଓ ରୋଜଲିଙ୍କୁ ଅଶ୍ଳୀଳ ଫିଲ୍ମରେ ଅଭିନୟର ସୁଯୋଗ ଦେବ କହି ପ୍ରଲୋଭିତ କରିଥିଲା । ପରେ ଅପହରଣ କରି ଭଗବଲଙ୍କ ଘରକୁ ନେଇଆସିଥିଲା । ସେଠାରେ କଳାଯାଦୁ ପୂଜାପାଠ ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା  । ପଦ୍ମା ଓ ରୋଜ୍ଲିଙ୍କୁ ହତ୍ୟା କରାଯିବା ପୂର୍ବରୁ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା, ଆଉ ତାପରେ ନୃଶଂସ ଭାବେ ଜୀବନ ନେଇଥିଲେ ନରରାକ୍ଷସ ମାନେ । ଗୋଟିଏ ମୃତଦେହକୁ ୫୬ ଖଣ୍ଡରେ କଟାଯାଇଥିବା ଚର୍ଚ୍ଚା ହେଉଛି  । କେବଳ ଏତିକି ନୁହେଁ, ଚିରଯୌବନ ପାଇବାକୁ କିଛି କଟା ମାଂସକୁ ଅଭିଯୁକ୍ତ ଦଂପତି ରାନ୍ଧି ଖାଇଥିବା ମଧ୍ୟ ଅନୁମାନ କରୁଛି ପୋଲିସ  । ଆଉ ଭଗବଲଙ୍କ ଘର ବାଡ଼ିପଟେ ୩ଟି ଗର୍ତ୍ତରେ ପୋତାଯାଇଥିଲା ଶରୀରର କିଛି ଅଂଶ  । ଯାହାକୁ ଜବତ କରିଛି ପୋଲିସ  ।

ଘଟଣାର ମାଷ୍ଟରମାଇଣ୍ଡ ଶାଫି ଜଣେ ସାଇକୋପାଥ୍ ଓ ସ୍ୟାଡିଷ୍ଟ୍ ବୋଲି କହିଛି ପୋଲିସ  । ଅର୍ଥାତ୍ ସେ ଯୌନ ବିକାରଗସ୍ତ ଥିଲା ଏବଂ ମହିଳାମାନଙ୍କୁ ମରିବା ଯାଏଁ ଶାରିରୀକ ନିର୍ଯାତନା ଓ ଯୌନ ଉତ୍ପୀଡ଼ନ ଦେଇ ସୁଖ ପାଉଥିଲା  ।  ୨୦୨୦ରେ ଶାଫି ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ସହିତ ଗୁପ୍ତାଙ୍ଗରେ ଗଭୀର କ୍ଷତ ସୃଷ୍ଟି କରିଥିଲା  । ଚାଞ୍ଚଲ୍ୟକର କଥା ହେଉଛି, ନରବଳିର ଶିକାର ହୋଇଥିବା ୨ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ମଧ୍ୟ ସମାନ ପ୍ରକାର କ୍ଷତ ଚିହ୍ନ ଠାବ ହୋଇଛି  । ନରବଳି ମାମଲାକୁ ଛାଡ଼ି ଶାଫି ବିରୋଧରେ ଆହୁରି ୮ଟି ମାମଲା ରୁଜୁ କରିଛି ପୋଲିସ  । ଗିରଫଦାରୀ ପରେ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି  ।

Get real time updates directly on you device, subscribe now.