fbpx

ମା’ ତୁ ମହାନ୍, ମାଟି ଅତଡା ପଡ଼ିବା ଆଗରୁ ପୁଅକୁ ଛାତିରେ ଜାବୁଡ଼ି ଧରି ଘୋଡେ଼ଇ ରଖିଥିଲା ମା’; ମିଳିଲା ଉଭୟଙ୍କ ମୃତଦେହ

ଥିରୁବନନ୍ତପୁରମ୍: କେରଳରେ ଲଗାତର ଭାବରେ ବର୍ଷାର ତାଣ୍ଡବ ଜାରି ରହିଛି । ଏହା ଯୋଗୁଁ ଅନେକ ଜନଜୀବନ ଏବେ ସଙ୍କଟରେ ପଡ଼ିଛି । କାହାର ଘର ଭାଙ୍ଗିଛି ତ କାହାର ଅନେକ ଲୋକଙ୍କ ଜୀବନ ହାନି ହୋଇଛି । ତେବେ ଏପର୍ଯ୍ୟନ୍ତ କେରଳ ବନ୍ୟାରେ ଦୁଇ ଦିନ ମଧ୍ୟରେ ୨୧ ଜଣ ମୃତ୍ୟୁବରଣ କରିଛନ୍ତି । ମୁଷଳଧାର ବର୍ଷା କାରଣରୁ ଭୂସ୍ଖଳନ ହୋଇଛି ଓ ଏଥିରେ ଅନେକଙ୍କ ଘର ଭାଙ୍ଗିବା ସହିତ ଜୀବନ ମଧ୍ୟ ହୋଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂସ୍ଖଳନରେ ମାଟି ଅତଡ଼ା ତଳେ ଫଶିରହିଥିବା ଲୋକଙ୍କୁ ଏବେ ଉଦ୍ଧାର କରାଯାଉଛି ।

ତେବେ ଉଦ୍ଧାରକାରୀ ମାନେ ମାଟି ଅତଡ଼ା ତଳୁ ଶବ ଠାବ କରିବା ସମୟରେ ତିନିଟି ମୃତ ଦେହ ପାଇଥିଲେ । ଏହି ମୃତଦେହ ଗୁଡ଼ିକ ତିନି ଜଣ ଛୋଟ ଛୁଆଙ୍କର ହୋଇଥିବା ଜଣାପଡ଼ିଛି । ସେମାନେ ମାଟି ତଳେ ଜଣେ ଅନ୍ୟ ଜଣଙ୍କୁ କୋଳେଇ ଧରି ଥିବା ଦେଖିବାକୁ ମିଳିଥିଲା । ମାଟି ଅତଡ଼ା ଖସିବା ସମୟରେ ଏହି ତିନି ଜଣ ଶିଶୁ ଜଣେ ଅନ୍ୟ ଜଣଙ୍କୁ କୋଳେଇ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଉଦ୍ଧାରକାରୀ ଦଳ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ । ଖାଲି ସେତିକି ନୁହେଁ ଏହି ଉଦ୍ଧାର କାର୍ଯ୍ୟ ସମୟରେ ଆଉ ଦୁଇ ଜଣଙ୍କୁ ମୃତଦେହ ମିଳିଥିଲା । ଏହି ଦୁଇ ଶବ ମଧ୍ୟ ସମାନ ଢ଼ଙ୍ଗରେ ଠାବ ହୋଇଥିଲା । ଜଣେ ମାଆ ଓ ତାର ପୁଅ ଦୁହେଁ ଦୁହିଁଙ୍କୁ କୁଣ୍ଢେଇ ଧରି ପ୍ରାଣ ହରାଇଥିବା ଦେଖିବାକୁ ମିଳିଥିଲା ।

ଉକ୍ତ ତିନିଟି ଶିଶୁଙ୍କ ନାମ ହେଉଛି ଅମ୍ନା(୭), ଅଫସାନ୍(୮) ଏବଂ ଅହିୟାନ୍(୪) । ସେହିପରି ଉକ୍ତ ଦ୍ରୁଇ ଗା’ ଓ ପୁଅ ହେଉଛନ୍ତି ଫଉଜିୟା(୨୮) ଏବଂ ଅମିନ୍(୧୦) । ତେବେ ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ରିପୋର୍ଟ ମୁତାବକ, ଫଉଜିୟା ଏବଂ ତାଙ୍କ ପିଲାମାନେ ସମସ୍ତେ ମିଶି ତାଙ୍କ ବାପ ଘର ଇଡୁକିକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ଏହି ସମୟରେ ଭୂସ୍ଖଳନ ହୋଇଥିଲା । ତେବେ ଫଉଜିଆ ଏକ ସର୍ଟ ଭିଡିଓ କରିଥିଲେ, ଯେଉଁଥିରେ କାଦୁଅ ପାଣି ତାଙ୍କ ଘର ଭିତରେ ପଶୁଥିବା ଦେଖିବାକୁ ମିଳିଥିଲା । ଏଥିସହ ସେ ଉକ୍ତ ଭିଡିଓକୁ ନିଜ ସମ୍ପର୍କୀୟଙ୍କ ସହିତ ହ୍ୱାଟସଆପ୍ ରୋ ସେୟାର୍ କରିଥିଲେ ।

Get real time updates directly on you device, subscribe now.