fbpx

ଯୁବକ ଅର୍ଡର କରିଥିଲେ iPhone, ମାତ୍ର ବାକ୍ସ ଭିତରୁ ବାହାରିଲା ଭିମ୍ ବାର ଓ ୫ ଟଙ୍କିଆ କଏନ୍

ନୂଆଦିଲ୍ଲୀ: ଆଜିକାଲି ଇ-କମର୍ସ ୱେବସାଇଟରୁ କୌଣସି ଜିନିଷ ଅର୍ଡର କଲେ ଭୁଲ ସାମଗ୍ରୀ ଘରେ ପହଞ୍ଚୁଥିବା ଏକ ସାମାନ୍ୟ କଥା ହୋଇଗଲାଣି । ତେବେ କେରଳରେ ଜଣେ ଯୁବକଙ୍କ ସହିତ ଏପରି ଏକ ଅଜବ ଘଟଣା ଘଟିଛି । ଯୁବକ ଜଣଙ୍କ ଅନଲାଇନରେ ଆଇଫୋନ୍ ୧୨ ଅର୍ଡର କରିଥିଲେ । ମାତ୍ର ତାଙ୍କ ପାଖକୁ ଏକ ଡିସ୍ ୱାସ୍ ସାବୁନ ଓ ୫ ଟଙ୍କିଆ କଏନ୍ ଆସିଥିଲା । ତେବେ ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଇଣ୍ଟରନେଟରେ ଭାଇରାଲ୍ ହୋଇଥିବା ଉକ୍ତ ଫଟୋରେ ବିମ୍ ବାର ଓ ୫ ଟଙ୍କିଆ କଏନ୍ ଦେଖାଯାଉଛି । ଅଲୁୱାରେ ରହୁଥିବା ନୁରୂଲ ଅମୀନ ଆଇଫୋନ ୧୨ ଅର୍ଡର କରିଥିଲେ । ମାତ୍ର ତାଙ୍କ ପାଖକୁ ସରପ୍ରାଇଜ ଭାବେ ଏହିସବୁ ଜିନିଷ ଆସିଥିଲା । ତେବେ ନୁରୂଲ ସଙ୍ଗେସଙ୍ଗେ ଅଭିଯୋଗ କରିବା ପରେ କମ୍ପାନୀ ପକ୍ଷରୁ ତାଙ୍କୁ ୭୦,୯୦୦ ମୋଟା ଅଙ୍କ ଫେରସ୍ତ କରାଯାଇଥିଲା । ଗତ ୧୨ ତାରିଖରେ ସେ ନିଜ ସ୍ମାର୍ଟଫୋନରୁ ଏହି ଅର୍ଡର ଦେଇଥିଲେ । ତେବେ ୧୫ ତାରିଖରେ ତାଙ୍କ ପାଖକୁ ଏହି ପ୍ୟାକେଜ୍ ଆସିବା ପରେ ସେ ଏକ ଅନବକ୍ସିଂ ଭିଡିଓ ବନାଇ ଅନଲାଇନ ଧୋକ୍କାବାଜୀର ପର୍ଦ୍ଦାଫାସ୍ କରିଥିଲେ । ଏହାପରେ ସାଇବର ଥାନା ପୋଲିସ ଏ ସମ୍ପର୍କରେ ମାମଲା ଦର୍ଜ କରି ଯାଞ୍ଚ ଆରମ୍ଭ କରିଦେଇଥିଲା । ତେବ ନୁରୂଲ ଅର୍ଡର ଦେଇଥିବା ଫୋନକୁ ଗତ ସେପ୍ଟେମ୍ବର ମାସରୁ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ବ୍ୟବହାର କରିଆସୁଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.