fbpx

ମମିତା ମର୍ଡର୍ କେସ୍: ଚର୍ଚ୍ଚାକୁ ଆସିଲା ରୁମ୍ ନମ୍ବର ୨୦

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ମମିତା ହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଛି ରୁମ୍ ନମ୍ବର ୨୦ । ଯୁକ୍ତ ୩ ଲେଡିଜ୍ ହଷ୍ଟେଲର ରୁମ୍ ନମ୍ବର ୨୦ରେ ଭିନ୍ନ ତାଲା ପଡ଼ିଛି । ହଷ୍ଟେଲ ତମାମ ସବୁ ରୁମରେ ଗୋଟିଏ ପ୍ରକାର ତାଲା ପଡ଼ିଛି । ମାତ୍ର ଚର୍ଚ୍ଚାରେ ଥିବା ରୁମ୍ ନମ୍ବର ୨୦ରେ ଅଲଗା ତାଲା ପଡ଼ିଛି । ରୁମ୍ ନମ୍ବର ୨୦ରେ ଗୋବିନ୍ଦ ସାହୁ ପ୍ରମାଣ ନଷ୍ଟ କରିଥିବା ଆଶଙ୍କା ରହିଛି । ଅନ୍ୟପଟେ ପୋଲିସ କାହିଁକି ରୁମ୍ ନମ୍ବର-୨୦ ତଲାସୀ କରୁନି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ରୁମ ନମ୍ବର ୨୦ର ଅନ୍ତେବାସୀଙ୍କୁ ପଚରାଉଚରା ଜାରି ରହିଛି କିନ୍ତୁ ଖାନତଲାସୀ ହୋଇନାହିଁ ।

ଅନ୍ୟପଟେ ମହିଳା କମିଶନଙ୍କୁ ଭେଟିବା ପରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମମିତାଙ୍କ ବାପା । ସେ କହିଛନ୍ତି ଯେ, ‘ଘଟଣାରେ ସମ୍ପୃକ୍ତି ସବୁ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛୁ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶିଦଣ୍ଡ ଦେବାକୁ ଦାବି କରୁଛୁ । ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଫାଶିଦଣ୍ଡ ଦିଆଯାଉ । ଏକମାତ୍ର ରୋଜଗାରିଆ ଝିଅର ମୃତ୍ୟୁ ପରେ ଭାଙ୍ଗି ପଡିଛୁ । ଘରର ଆର୍ଥିକ ଅବସ୍ଥା ଦୋହଲି ଯାଇଛି, ପୁଅକୁ ଚାକିରି ଦିଆଯାଉ ।’

Get real time updates directly on you device, subscribe now.