fbpx

ଝିଅ ସହ ହୋଇଥିଲା ଅସଦାଚରଣ; ବାପାକୁ ଏମିତି ପ୍ରସ୍ତାବ ଦେଲେ ମନ୍ତ୍ରୀ

ନୂଆଦିଲ୍ଳୀ: ଏପଟେ ଝିଅ ସହିତ ହୋଇଛି ଅସଦାଚରଣ ମାତ୍ର ଅନ୍ୟପକ୍ଷରେ ଜଣେ ମନ୍ତ୍ରୀ ଦେଇଛନ୍ତି ଏମିତି ପରାମର୍ଶ ଯାହା କୌଣସି ବାପ ପାଇଁ ଶୁଣିବା ସହଜ ନୁହେଁ । ଝିଅ ସହିତ ଅସଦାଚରଣ ହୋଇଥିଲେ ହେଁ ମାମଲାକୁ ରଫା ଦଫା କରିବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଏପରି ଘଟଣା ଘଟିଛି କେରଳରେ । ଏନସିପି ନେତା ତଥା ମନ୍ତ୍ରୀ ଏ କେ ଶଶୀନ୍ଦ୍ରନ ଏପରି କହୁଥିବାର ଅଡିଓ ଟେପ୍ ଭାଇରାଲ ହୋଇଛି । ଏଲଡିଏଫ୍ ସରକାରରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ରହିଥିବା ଶଶୀନ୍ଦ୍ରନ କହିଛନ୍ତି ସେ, ଏହି ମାମଲାରେ ହସ୍ତକ୍ଷେପ କରିଥିଲେ । ମାତ୍ର ଅସଦାଚରଣ ସମ୍ପର୍କରେ ତାଙ୍କୁ ଜଣାନଥିବା ସେ ସଫେଇ ଦେଇଛନ୍ତି ।

ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ପଦ୍ମକରଣ ଅନୁଯାୟୀ ଜନୈକ ଏନସିପି କର୍ମୀ ତାଙ୍କ ହାତକୁ ଟାଣି ଧରିଥିଲେ । ହାତ ଧରିବା ସହିତ କିଛି ଅଶାଳୀନ ମନ୍ତବ୍ୟ ମଧ୍ୟ ଦେଇଥିଲେ ପଦ୍ମକରଣ । ଏହା ସହିତ ତାଙ୍କର ଏକ ମିଥ୍ୟା ଫେସବୁକ୍ ଆକାଉଣ୍ଟ ଖୋଲାଯାଇ ତାଙ୍କୁ ବଦନାମ କରାଯାଉଛି ବୋଲି ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ମନ୍ତ୍ରୀ ଶଶୀନ୍ଦ୍ରନ ଉକ୍ତ ମହିଳାଙ୍କ ପିତାଙ୍କୁ ଡକାଇଥିଲେ । ଦଳୀୟ କର୍ମୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ମଧ୍ୟ ଶଶୀନ୍ଦ୍ରନ ଚାପ ପକାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଜୁନ ୨୮ରୁ ଅଭିଯୋଗ ଦାଖଲ କରାଯାଇଥିଲେ ହେଁ ଏଯାଏଁ ମାମଲା ଦାୟର କରିନାହିଁ ପୋଲିସ୍ । ଅନ୍ୟ ପକ୍ଷରେ ଅଡିଓ ଭାଇରାଲ ହେବା ପରେ ଶଶୀନ୍ଦ୍ରନଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ଓ ଅନ୍ୟ ବିରୋଧୀ ଦଳ ।

Get real time updates directly on you device, subscribe now.