fbpx

‘କେଜିଏଫ: ଚାପ୍ଟର ୨’ ରିଲିଜ୍ ତାରିଖ ଘୋଷଣା, ଜାଣନ୍ତୁ କେବେ

ମୁମ୍ବାଇ, ୩୦ା୧: ବହୁ ପ୍ରତୀକ୍ଷିତ ‘କେଜିଏଫ: ଚାପ୍ଟର ୨’ ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଛି । କନ୍ନଡ଼ ସୁପରଷ୍ଟାର ୟଶଙ୍କ ଅଭିନୀତ ଏହି ଫିଲ୍ମଟି ଆସନ୍ତା ଜୁଲାଇ ମାସ ୧୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି ।

ତେବେ ଫିଲ୍ମର ମୁକ୍ତିଲାଭ ଖବର ଅଭିନେତା ୟଶ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଅବସରରେ ସେ ଏକ ପୋଷ୍ଟର ସେୟାର କରିଛନ୍ତି । କେଜିଏଫ: ଚାପ୍ଟର ୨ ଫିଲ୍ମରେ ୟଶଙ୍କ ବ୍ୟତୀତ ଅଭିନେତା ସଞ୍ଜୟ ଦତ୍ତ ଓ ଅଭିନେତ୍ରୀ ରବିନା ଟଣ୍ଡନ ପ୍ରମୁଖ ଅଭିନୟ କରିଛନ୍ତି । ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ନିର୍ମିତ ହୋଇଛି ।

ସୂଚନାଯୋଗ୍ୟ ଯେ, ୨୦୧୮ରେ ରିଲିଜ ହୋଇଥିବା କେଜିଏଫ୍: ଚାପ୍ଟର ୧ର ଅଦ୍ଭୂତପୂର୍ବ ସଫଳତା ପରେ ଫ୍ୟାନମାନେ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଥିଲେ । ତେବେ ଫିଲ୍ମଟି ହିନ୍ଦି, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍ ଆଦି ୫ଟି ଭାଷାରେ ମୁକ୍ତିଲାଭ କରିବ । ଜାନୁଆରୀ ୭ ତାରିଖରେ ଫିଲ୍ମର ଟିଜର ଲଞ୍ଚ ହେବା ପରେ ଫ୍ୟାନମାନେ ଏହି ଫିଲ୍ମର ସଫଳତା ନେଇ ବହୁତ କିଛି ଆଶା ରଖିଛନ୍ତି ।

Get real time updates directly on you device, subscribe now.