fbpx
BJD
BJD SKY
BJD SKY

ବକ୍ସ ଅଫିସରେ KGF Chapter-2 ର ସୁନାମୀ, ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାର ଦ୍ୱିତୀୟ ସ୍ଥାନରେ

କନ୍ନଡ଼ ସୁପରଷ୍ଟାର ୟଶଙ୍କ ଅଭିନୀତ କେଜିଏଫ ଚାପ୍ଟର-୨ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବାରେ ଲାଗିଛି । ବଲିଉଡ ହଲିଉଡ ଭଳି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି କେଜିଏଫ ଚାପ୍ଟର-୨  । ଫିଲ୍ମ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖାଯାଉଛି । ଏମିତିକି ସବୁ ଶୋ ହାଉସଫୁଲ ରହୁଥିବାରୁ ଦର୍ଶକଙ୍କୁ ଅଫଲାଇନ ଟିକେଟ ମଧ୍ୟ ମିଳୁନାହିଁ । ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ଏହି ଫିଲ୍ମକୁ । ବିଭିନ୍ନ ଭାଷାରେ ପ୍ରାୟ ୧୦୦୦୦ ସ୍କ୍ରିନ୍ ଫିଲ୍ମକୁ ରିଲିଜ୍ କରାଯାଇଛି । ସେପଟେ ଏହି ଫିଲ୍ମ ଦେଖିବା ପରେ ହିନ୍ଦୀ ଫିଲ୍ମର ସୁପରଷ୍ଟାରମାନଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି ।

ଏକ ରିପୋର୍ଟ ଅନୁଯାୟୀ ୧୪ ଏପ୍ରିଲ ୨୦୨୨ ରେ ରିଲିଜ ହୋଇଥିବା କେଜିଏଫ ଚାପ୍ଟର-୨ ଚତୁର୍ଥ ଦିନରେ ମଧ୍ୟ କୋଟିରୁ ଅଧିକ ଆୟ କରିଛି । ଫିଲ୍ମ ସବୁ ଭାଷାରେ ଏ ପର୍ଯ୍ୟନ୍ତ ୫୫୧.୮୩ କୋଟି ଟଙ୍କା ଆୟ କରିସାରିଲାଣି ।  କେଜିଏଫ୍ ୨ ଆଗରେ କୌଣସି ବଲିଉଡ ଫିଲ୍ମ ତିଷ୍ଠି ପାରୁନାହିଁ । ଆଉ ପ୍ରତିଦିନ ଏହି ଫିଲ୍ମ ଏକ ନୂଆ ରେକର୍ଡ କରିବାରେ ଲାଗିଛି । ଫିଲ୍ମ ଟ୍ରେଡ ଆନାଲିଷ୍ଟ ରମେଶ ବାଲା ସୋମବାର ଏହି ଫିଲ୍ମର ସଫଳତା ନେଇ ଟ୍ୱିଟ କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ୧୫ ରୁ ୧୭ ଏପ୍ରିଲ ୱିକେଣ୍ଡରେ କମସ୍କୋରର ଗ୍ଲୋବାଲ ଟପ୍ ୧୦ ଫିଲ୍ମର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ।

ଫିଲ୍ମ ହିନ୍ଦୀ ଅନୁବାଦ ମଧ୍ୟ ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି କୁହାଯାଉଛି ଯେ ହିନ୍ଦୀ ଡବିଂରେ ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୮୦ କୋଟିରୁ ଅଧିକ ଆୟ କରିସାରିଲାଣି । ଫିଲ୍ମ ଓପନିଙ୍ଗ ଡେରେ ଆରଆରଆର ର ରେକର୍ଡ ଭାଙ୍ଗିଥିଲା ଏବଂ ୬୧ କୋଟିରୁ ଅଧିକ ଟଙ୍କାର ଆୟ କରିଥିଲା ।

ଫିଲ୍ମରେ ୟଶଙ୍କ ସହ ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ , ଶ୍ରୀନିଧି ସେଟ୍ଟୀ, ମାଲବିକା ଅବିନାଶ, ପ୍ରକାଶ ରାଜ, ଜନ କୋକେନ ଏବଂ ସରନ ମୁଖ୍ୟ ଭୂମିକା ନିଭାଇଛନ୍ତି । ଏହି ଫିଲ୍ମ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ନୂଆ ବେଞ୍ଚମାର୍କ ପ୍ରସ୍ତୁତ କରିଛି ।

 

 

 

 

 

 

 

Get real time updates directly on you device, subscribe now.