fbpx

News across the Earth, news close to your heart, Read Odisha Bhaskar English

ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତିଙ୍କ ଦେହାନ୍ତ

ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି ଭାବେ ରେକର୍ଡ ସୃଷ୍ଟି କରିଥିବା ନେପାଳର ଖଗେନ୍ଦ୍ର ଥାପା ମାଗରଙ୍କ ୨୭ ବର୍ଷରେ ଦେହାନ୍ତ ଘଟିଛି । ଗିନିଜ ୱାଲ୍ଡ ରେକର୍ଡରେ ସାମିଲ ହୋଇଥିବା ଖଗେନ୍ଦ୍ରଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ପକ୍ଷରୁ ଗତ ଶୁକ୍ରବାର ଦିନ ଦିଆଯାଇଥିଲା । ନେପାଳର ଏକ ମେଡିକାଲରେ ଖଗେନ୍ଦ୍ରଙ୍କ ପରଲୋକ ଘଟିଛି ।

ତେବେ ଗିନିଜ ୱାଲ୍ଡ ରେକର୍ଡ ଅନୁସାରେ, ଖଗେନ୍ଦ୍ର ନିମୋନିଆ ରୋଗରେ ପୀଡିତ ଥିଲେ । ଏନେଇ ନେପାଳର ମଣିପାଲ ମେଡିକାଲରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ଅପରାହ୍ନ ୩ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଖଗେନ୍ଦ୍ରଙ୍କ ଉଚ୍ଚତା ୬୭ ସେଣ୍ଟିମିଟର ଥିବା ବେଳେ ତାଙ୍କ ଓଜନ ପାଖାପାଖି ୬ କିଲୋଗ୍ରାମ ଥିଲା ।

Get real time updates directly on you device, subscribe now.