fbpx
BJD
BJD SKY
BJD SKY

ପୁଣି ଖାକିରେ କଳଙ୍କ: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ଡିଏସପି

ମାଲକାନଗିରି, ୧୮ା୧୨ (ଓଡିଶା ଭାସ୍କର): ଯୌନ ନିର୍ଯାତନା ଓ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ପୋଲିସ ଅଫିସର ଗିରଫ ହୋଇଛନ୍ତି । ଜଣେ ମହିଳା କନେଷ୍ଟବଳଙ୍କୁ ପ୍ରତାରଣା କରିଥିବା ମାମଲାରେ ମାଲକାନଗିରି ଡିଏସପିଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ ।

ସୂଚନା ଅନୁଯାୟୀ, ମାଲକାନଗିରି ଡିଏସପି ଅକ୍ଷୟ କୁମାର ନାୟକ ଗିରଫ ହୋଇଛନ୍ତି । ଜଣେ ମହିଳା କନେଷ୍ଟବଳଙ୍କୁ ବିବାହ ପରେ ପ୍ରତାରଣା ଅଭିଯୋଗରେ ଅକ୍ଷୟଙ୍କୁ କେସିଙ୍ଗା ପୋଲିସ ଗିରଫ କରିଛି । ସେ ମହିଳା କନେଷ୍ଟବଳଙ୍କୁ ଯୌନ ନିର୍ଯାତନା ଓ ବ୍ଲାକ ମେଲିଂ କରିଥିବା ଅଭିଯୋଗ ହୋଇଛି ।

କେସିଙ୍ଗା ଥାନାରେ ଏସଡିପିଓ ଥିବା ସମୟରେ ଅକ୍ଷୟ ଉକ୍ତ ମହିଳାଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ଅକ୍ଷୟ ମହିଳା ଜଣଙ୍କୁ ପ୍ରତାରଣା କରିବା ସହ ବ୍ଲାକ ମେଲିଂ କରିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.