ୱାଶିଂଟନରେ ଶଶି ଥରୁରଙ୍କୁ ତୀବ୍ର ବିରୋଧ, ତ୍ରିରଙ୍ଗା ଓ ପିଏମ ମୋଦୀଙ୍କୁ ଅପମାନ, ଭାରତୀୟ ସାଂସଦ କହିଲେ-ଆମେ ଡରିବୁନି

ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଖାଲିସ୍ତାନୀ ସମର୍ଥକ ଭାରତୀୟ ସାଂସଦ ଶଶି ଥରୁରଙ୍କ ବିପକ୍ଷରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ନୂଆଦିଲ୍ଲୀ: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଖାଲିସ୍ତାନୀ ସମର୍ଥକ ଭାରତୀୟ ସାଂସଦ ଶଶି ଥରୁରଙ୍କ ବିରୋଧରେ ତୀବ୍ର ଆନ୍ଦୋଳନ ଚଳାଇଛନ୍ତି।

ଏହି ବିରୋଧ ସେହି ସମୟରେ ହୋଇଛି, ଯେଉଁ ସମୟରେ ଥରୁର ବହୁଦଳୀୟ ସଂସଦୀୟ ଗସ୍ତରେ ଆମେରିକାର ଅଧିକାରୀମାନଙ୍କୁ ଭେଟିବା ଲାଗି ପ୍ରେସ ବିଲ୍ଡିଂରେ ପହଞ୍ଚିଥିଲେ।

ପ୍ରଦର୍ଶନକାରୀଙ୍କ ହାତରେ ପାକିସ୍ତାନ ଏବଂ ଆମେରିକାର ପତାକା ଥିଲା ଏବଂ ସେମାନେ ଏସଏଫଜ ନାମକ ପ୍ରତିବନ୍ଧକ ସଂଗଠନ ସହ ଜଡ଼ିତ ବୋଲି କୁହାଯାଉଛି।

ବିରୋଧ ସମୟରେ କେବଳ ଭାରତ ବିରୋଧୀ ସ୍ଲୋଗାନ ଦିଆଯିବା ସହ ଜଣେ ପ୍ରଦର୍ଶନକାରୀ ସାର୍ବଜନୀନ ଭାବେ ଭାରତୀୟ ତ୍ରିରଙ୍ଗାକୁ ଧରି ଚିରିଛି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଶଶି ଥରୁରଙ୍କ ପ୍ରତିକ୍ରିୟା: ଶଶି ଥରୁର ବିରୋଧ ପ୍ରଦର୍ଶନରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ବିରୋଧ ଗଣତନ୍ତ୍ର ଏବଂ ଭାରତର ନାଗରିକ ଅଧିକାରଗୁଡ଼ିକୁ ଦୁର୍ବଳ କରିବାକୁ ପ୍ରୟାସ କରାଯାଉଛି।

ଆମେ ଏଠାରେ ଶାନ୍ତି ଏବଂ ଗଣନ୍ତ୍ରର ବାର୍ତ୍ତାକୁ ନେଇ ଆସିଛୁ। ଏଭଳି କାର୍ଯ୍ୟକଳାପରେ ଆମେ ଡରିବୁନି। ଭାରତ ସରକାର ବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୌଣସି ଅଫିସିଆଲ ବିବୃତ୍ତି ଆସିନାହିଁ।

ହେଲେ କୂଟନୈତିକ ସୂତ୍ର ମୂତାବକ, ଭାରତ ସରକାର ଆମେରିକୀୟ ପ୍ରସାଶନର ସମକ୍ଷ ଏହି ଘଟଣାକୁ ନେଇ କଡ଼ା ନିନ୍ଦା କରିପାରିଥାଆନ୍ତା। ଏଥିସହ ଭାରତୀୟ ପ୍ରତିନିଧିମଣ୍ଡଳ ଏବଂ ଦୂତାବାସର ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇପାରେ।