fbpx

ଖରମାସ ଶେଷ, ଏବେ ବାଜିବ ଶାହାନାଇ; ଜାଣନ୍ତୁ ମାଙ୍ଗଳିକ କାର୍ଯ୍ୟ ଲାଗି ଡିସେମ୍ବର ଯାଏ ଶୁଭ ମୁହୂର୍ତ୍ତ

ଓଡ଼ିଶା ଭାସ୍କର: ଖରମାସ ସମାପ୍ତ ହୋଇସାରିଛି । ଖରମାସ କାରଣରୁ ଗତ ଏକ ମାସ ଧରି ବିବାହ ପରି ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ବନ୍ଦ ଥିଲା । କିନ୍ତୁ ଏପ୍ରିଲ ୧୩ ତାରିଖରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବା ପରେ ଖରମାସ ଶେଷ ହୋଇଯାଇଛି ଓ ଶୁଭ କାର୍ଯ୍ୟ ଉପରେ ଲାଗିଥିବା ପ୍ରତିବନ୍ଧ ହଟିଯାଇଛି । ଫଳରେ ଏବେ ଲୋକମାନେ ବିନା ଦ୍ୱିଧାରେ ବିବାହ ଆଦି ଶୁଭ କାର୍ଯ୍ୟ କରିପାରିବେ । ଏବେ ବିବାହ ଲାଗି ୩ ତିଥି ଶୁଭ ମନେ କରାଯାଉଛି । ଯେଉଁଥିରେ ଏପ୍ରିଲ ୧୮, ୧୯, ୨୦,୨୧ ଓ ୨୨ ରହିଛି ।

ଏହାପରେ ୨୩ ଏପ୍ରିଲରୁ ୩୦ ଜୁନ୍ ୨୦୨୪ ପର୍ଯ୍ୟନ୍ତ ଶୁକ୍ର ଅସ୍ତ ହେଉଥିବାରୁ ହିନ୍ଦୁ ଧର୍ମରେ ବିବାହ ଉପରେ ରୋକ ଲାଗିଯିବ । ଏହାପରେ ଜୁଲାଇରୁ ପୁଣି ବିବାହ ଅନୁଷ୍ଠାନ ଆରମ୍ଭ ହୋଇଯିବ । ଜୁଲାଇରେ ୯,୧୧,୧୨,୧୩,୧୪,୧୫ ତାରିଖରେ ବିବାହ ଆୟୋଜନ କରାଯାଇପାରିବ । ଏହାପରେ ୧୭ ଜୁଲାଇ ଠାରୁ ଚର୍ତୁମାସ ଆରମ୍ଭ ହୋଇଯିବ ।

ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ଚତୁର୍ମାସ କାରଣରୁ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ରୋକ ଲାଗିଯିବ । ନଭେମ୍ବରରେ ୧୨,୧୩, ୧୬,୧୭,୧୮,୨୨,୨୩,୨୫,୨୬,୨୮,୨୯ ପୁଣି ଶାହାନାଇ ବାଜିବ । ସେହିପରି ଡିସେମ୍ବରରେ ୪, ୫,୯,୧୦,୧୪ରେ ମାଙ୍ଗଳିକ କାର୍ଯ୍ୟ ଲାଗି ଶୁଭ ମୁହୂର୍ତ୍ତ ରହିଛି ।

Get real time updates directly on you device, subscribe now.