fbpx
BJD SKY
BJD SKY

ଡିଭାଇଡରରେ ପିଟି ହେଲା କାର, ଦୁର୍ଘଟଣାରେ ବାପା ଝିଅ ମୃତ

BJD

ଭଦ୍ରକ: ଏନ୍‌ଏଚ୍ ୧୬ ଯଶଟିକିରି ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ କାର ଡିଭାଇଡରରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାପା ଓ ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକମାନେ ଦୁର୍ଘଟଣାରେ ଗୁରୁତର ହୋଇଥିବା ସ୍ତ୍ରୀ, ମାଆ ଓ ଡ୍ରାଇଭରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ୪ ବର୍ଷର ଝିଅକୁ ନେଇ ପରିବାର ସହ କାରରେ ଖଡ଼ଗପୁର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.