fbpx
BJD SKY
BJD SKY

ଅଭିନେତା ସଲମାନଙ୍କ ପଛରେ ପଡ଼ିଛି କିଏ? କ’ଣ ତାଙ୍କର ଉଦ୍ଦେଶ୍ୟ, ୨୬ ବର୍ଷ ତଳୁ ଆରମ୍ଭ ହୋଇଥିଲା ଏହି ବିବାଦ

BJD

ନୂଆଦିଲ୍ଲୀ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ପୂର୍ବରୁ ଅଜ୍ଞାତ ବ୍ୟକ୍ତିମାନେ ହତ୍ୟା ଧମକ ଦେଇଥିବା ବେଳେ ଏବେ ତାଙ୍କର ଗ୍ୟାଲାକ୍ସି ଆପାର୍ଟମେଣ୍ଟ ବାହାରେ ୬ ରାଉଣ୍ଡ ଫାୟାରିଂ କରାଯାଇଛି । ଦୁଇଟି ବାଇକରେ ହେଲମେଣ୍ଟ ପିନ୍ଧିଥିବା ଶୁଟର୍ସ ସଲମାନଙ୍କ ଘର ଆଗରେ ଗୁଳିମାଡ଼ କରିଥିଲେ । ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଦେଇଥିବା ବେଳେ ସଲମାନଙ୍କ ପରି ଜଣେ ସୁପରଷ୍ଟାରଙ୍କ ସହ ଏପରି କାହିଁକି ଘଟିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସାଧାରଣ ଭାବେ କଳା ଓ କ୍ରୀଡ଼ା ଜଗତ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କୁ ସମସ୍ତେ ଭଲ ପାଇବା ସହ ସ୍ନେହ ଆଦର କରିଥାନ୍ତି । ତେଣୁ ସଲମାନଙ୍କର ଶତ୍ରୁ କିଏ ଓ କାହିଁକି ହେବ ବୋଲି ଏଠାରେ ପ୍ରଶ୍ନ ଉଠିପାରେ । ସଲମାନଙ୍କର ଘର ଆଗରେ ଗୁଳିମାଡ଼ କରିବା ପଛରେ କାହାର ହାତ ରହିଛି, ଯିଏ ବି ଗୁଳିମାଡ଼ କରିଛି ତା’ର ଉଦ୍ଦେଶ୍ୟ କ’ଣ ଏପରି ଅନେକ ପ୍ରଶ୍ନ ଆସିପାରେ । ନିକଟରେ ଇଦ୍ ଅବସରରେ ସଲମାନ ନିଜ ଘରୁ ବାହାରିଥିଲେ ଓ ତାଙ୍କୁ ଅପେକ୍ଷା କରିଥିବା ହଜାର ହଜାର ସଂଖ୍ୟକ ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇଥିଲେ । ତେଣୁ ବଲିଉଡରେ ଦବଙ୍ଗ ଖାନଙ୍କ ବଢ଼ୁଥିବା ଦବଦବାଙ୍କୁ ହ୍ରାସ କରିବା ପାଇଁ ହୁଏତ ପ୍ରୟାସ କରାଯାଇଥାଇପାରେ ।

ସଲମାନଙ୍କ ପରି ଦେଶର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଆଶଙ୍କା ଭିତରେ ରଖିବାକୁ ହୁଏତ କେହି ଚେଷ୍ଟା କରୁଥାଇପାରେ । ଇଦ୍ ଅବସରରେ ସଲମାନ ଯେଉଁ ବାଲକୋନୀରେ ଛିଡ଼ା ହୋଇ ପ୍ରଶଂସକଙ୍କୁ ସ୍ୱାଗତ ଜଣାଇଥିଲେ ସେହି ସ୍ଥାନରୁ ଗୁଳିର ଚିହ୍ନ ମିଳିଛି । ତେଣୁ ଅଜ୍ଞାତ ସୂତ୍ରରୁ ସଲମାନଙ୍କୁ ମିଳୁଥିବା ହତ୍ୟା ଧମକକୁ ଆଦୌ ହାଲୁକା ଭାବେ ଗ୍ରହଣ କରାଯିବା ଅନୁଚିତ, ଆଜିର ଘଟଣା ତାହା ପ୍ରମାଣ କରିଦେଇଛି । ସଲମାନଙ୍କୁ ପୂର୍ବରୁ ଅନେକ ଥର ଧମକ ମିଳିସାରିଛି । ୨୦୧୮, ୨୦୨୨ ଓ ୨୦୨୪ରେ ତାଙ୍କୁ ଚିଠି ଓ ଇ-ମେଲ ଜରିଆରେ ଧମକ ମିଳିଥିଲା ।

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଈ ଗ୍ୟାଙ୍ଗ ତରଫରୁ ସଲମାନଙ୍କ ପ୍ରତି ବହୁ ବର୍ଷରୁ ବିପଦ ରହି ଆସିଛି । ଲରେନ୍ସ ଓ ଭାରତ-କାନାଡ଼ାରୁ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ଗୋଲ୍ଡୀ ବରାଡ଼ ଅନେକ ଥର ସଲମାନଙ୍କୁ ହତ୍ୟା କରିବା ନେଇ ଘୋଷଣା କରିଛନ୍ତି । ଲରେନ୍ସ ଓ ବରାଡ଼ ଅନେକ ଥର ସଲମାନଙ୍କୁ ହତ୍ୟା କରିବା ପାଇଁ ନିଜର ଶୁଟର ପଠାଇଥିଲେ । ୨୦୧୮ରେ ଲରେନ୍ସର ଖାସ୍ ଗ୍ୟାଙ୍ଗଷ୍ଟାର ସମ୍ପତ ନେହରା ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟର ରେକୀ କରିବାକୁ ଯାଇଥିଲା । ମାତ୍ର ଘଟଣା ଘଟାଇବା ପୂର୍ବରୁ ପୋଲିସ ନେହରାକୁ ଗିରଫ କରିଥିଲା । ତାକୁ ପଚରାଉଚରା କରିବା ପରେ ସେ ସଲମାନଙ୍କ ଉପରେ ଆକ୍ରମଣ କରିବାକୁ ପୂରା ପ୍ଲାନିଂ କରିଥିବା ଖୁଲାସା କରିଥିଲା ।

ଲରେନ୍ସ ପକ୍ଷରୁ ସଲମାନଙ୍କ ପ୍ରତି ବିପଦ ଆଶଙ୍କା ରହିଛି ଏହା ମୁମ୍ବାଇ ପୋଲିସ, ଦିଲ୍ଲୀ ପୋଲିସ ସମେତ ସମସ୍ତ ଯାଞ୍ଚ ଏଜେନ୍ସି ଭଲ ଭାବେ ଜାଣିଛନ୍ତି । ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ବିପଦ ଆଶଙ୍କା କରି ସଲମାନଙ୍କୁ ମୁମ୍ବାଇ ପୋଲିସ ସୁରକ୍ଷା ଦେବା ସହ ଅଭିନେତା ଯୁଆଡ଼େ ବି ଯାଆନ୍ତି ସର୍ବଦା କଡ଼ା ସୁରକ୍ଷା ରହିଥାଏ । ଗତ ଜାନୁଆରୀରେ ଦୁଇଜଣ ବ୍ୟକ୍ତି ତାର ଭାଙ୍ଗି ଅଭିନେତାଙ୍କ ଫାର୍ମ ହାଉସରେ ପଶିବାକୁ ପ୍ରୟାସ କରୁଥିବା ସମୟରେ ଧରାପଡ଼ିଥିଲେ । ଦୁହିଁଙ୍କ ନିକଟରୁ ଫର୍ଜୀ ଆଧାର କାର୍ଡ ମିଳିଥିଲା ।
ସଲମାନଙ୍କ ପଛରେ ଲରେନ୍ସ ବିଷ୍ଣୋଈ କାହିଁକି ପଡ଼ିଛି?

୧୯୯୮ରୁ ସଲମାନ-ଲରେନ୍ସ ମଧ୍ୟରେ ଏହି ବିବାଦର ସୂତ୍ରପାତ୍ର ହୋଇଥିଲା । ସେହି ବର୍ଷ କଳା ହରିଣ ଶିକାର ମାମଲାରେ ଅଭିନେତାଙ୍କ ନାମ ଆସିଥିଲା । ସେବେଠାରୁ ସଲମାନଙ୍କୁ ଲରେନ୍ସ ବିରୋଧ କରି ଆସୁଛି । ଲରେନ୍ସ ମୁତାବକ, ତାଙ୍କ ସମାଜରେ ପଶୁମାନଙ୍କୁ ବିଶେଷ କରି ହରିଣଙ୍କୁ ଭଗବାନ ସମାନ ମାନାଯାଏ । କଳା ହରିଣକୁ ପୂଜା କରାଯାଏ । ଏପରି ସ୍ଥିତିରେ ଯେତେବେଳେ ହରିଣ ଶିକାର ମାମଲାରେ ସଲମାନଙ୍କ ନାମ ଆସିଥିଲା ତା’ ପରଠାରୁ ଲରେନ୍ସ ଖୋଲାଖୋଲି ଭାବେ ସଲମାନଙ୍କୁ ଧମକ ଦେବା ଆରମ୍ଭ କରିଦେଇଥିଲା । ସେବେଠାରୁ ଲରେନ୍ସ ଲରେନ୍ସର ରାଡାରରେ ରହି ଆସିଛନ୍ତି । ଗତ ବର୍ଷ ମାର୍ଚ୍ଚରେ ସଲମାନଙ୍କ ନିକଟକୁ ଏକ ମେଲ ଆସିଥିଲା ଓ ବରାଡ଼ ଅଭିନେତାଙ୍କ ସହ ଫେସ୍ ଟୁ ଫେସ୍ କଥା ହେବାକୁ ଚାହୁଁଥିବା ସେଥିରେ ଉଲ୍ଲେଖ ରହିଥିଲା । ଏପ୍ରିଲ ୧୦ରେ ପୁଣି ଧମକପୂର୍ଣ୍ଣ ମେଲ୍ ଆସିଥିଲା ଓ ଏପ୍ରିଲରେ ୩୦ରେ ଅଭିନେତାଙ୍କୁ ସମାପ୍ତ କରିଦେବେ ବୋଲି ଲେଖାଯାଇଥିଲା । ଏଥିସହିତ ସଲମାନ ତାଙ୍କର ଟାର୍ଗେଟ ଓ ସୁଯୋଗ ମିଳିଲେ ତାଙ୍କୁ ହତ୍ୟା କରିବେ ବୋଲି ଏକ ସାକ୍ଷାତକାରରେ ବରାଡ଼ କହିଥିଲା ।

Get real time updates directly on you device, subscribe now.