ଏହି ଜାତିର ମହିଳାମାନେ କରିଥାନ୍ତି ଏକାଧିକ ପୁରୁଷଙ୍କୁ ବିବାହ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

News across the Earth, news close to your heart, Read Odisha Bhaskar English

ଦୁନିଆର କୋଣ ଅନୁକୋଣରେ ବିଭିନ୍ନ ପ୍ରକାର ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି । ତେବେ ସମସ୍ତଙ୍କର ରୀତିନିତି, ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ । ଏପରି ଏକ ଜାତିର ଲୋକମାନେ ଭାରତର ମେଘାଳୟର ବିଭିନ୍ନ ଅଞ୍ଚଳରେ ବସବାସ କରନ୍ତି । ଖାସି ଜାତିର ମହିଳାମାନେ ଏକାଧିକ ପୁରୁଷଙ୍କୁ ବିବାହ କରିବାର ପରମ୍ପରା ରହିଛି । ଏମାନଙ୍କ କ୍ଷେତ୍ରରେ ମହିଳାମାନଙ୍କୁ ବେଶୀ ପ୍ରାଧାନ୍ୟ ଦିଆଯାଏ । ପରିବାରର ସମ୍ପତ୍ତି ମା’ଙ୍କ ନାମରେ ରହିବା ସହ ତାଙ୍କର ମୃତ୍ୟୁ ପରେ ଝିଅମାନଙ୍କୁ ତାହା ଦିଆଯାଇଥାଏ ।

ଖାସି ଜାତିର ମହିଳାମାନେ ଏକାଧିକ ପୁରୁଷଙ୍କ ବିବାହ କରିବା ସହ ବିବାହ ପରେ ପୁରୁଷମାନେ ଶାଶୁଘରେ ରହିଥାନ୍ତି । ନିକଟରେ କିଛି ପୁରୁଷ ଏହି ଆଇନକୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ସେମାନେ ମହିଳାଙ୍କୁ ଅପମାନିତ କରିବାକୁ ଚାହୁଁନଥିବା ସ୍ଥଳେ କେବଳ ସମାନତା ପାଇଁ ଲଢ଼େଇ କରୁଥିବା ଜଣାପଡ଼ିଛି ।

ପରିବାରରେ ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳାଙ୍କର ପ୍ରାଧାନ୍ୟ ରହିଥାଏ । ଘରେ ଝିଅଟିଏ ଜନ୍ମ ହେଲେ ଧୁମଧାମରେ ଉତ୍ସବ ମନାଯାଉଥିବା ବେଳେ ପୁଅ ଜନ୍ମକୁ ପ୍ରାଧାନ୍ୟ ଦିଆଯାଇନଥାଏ । ଏଠାକାର ମହିଳାମାନେ ବଜାର ଓ ଦୋକାନମାନଙ୍କରେ ମଧ୍ୟ କାର୍ଯ୍ୟ କରିଥାନ୍ତି ।

କନିଷ୍ଠ କନ୍ୟାମାନେ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତିର ସର୍ବାଧିକ ଅଂଶ ପାଇଥାନ୍ତି । ଏହି କନ୍ୟାମାନେ ପିତାମାତାଙ୍କର ଯତ୍ନ, ସମ୍ପତ୍ତିର ଦେଖାଶୁଣା କରିବା ସହ ଅବିବାହିତ ଭାଇ ଭଉଣୀଙ୍କ ଭରଣପୋଷଣ କରିଥାନ୍ତି ।

Get real time updates directly on you device, subscribe now.