fbpx

(Video) ହାର୍ ମାନିଛି ଶାରୀରିକ ଅକ୍ଷମତା: ଗୋଟିଏ ଗୋଡ଼ରେ ଚାଷ କରି କରୁଛନ୍ତି ପରିବାର ପ୍ରତିପୋଷଣ…

Advertisement

କେନ୍ଦ୍ରାପଡ଼ା: କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଆଉ ଆତ୍ମବିଶ୍ୱାସ ଆଗରେ ଦୁନିଆର କୌଣସି ବି କାମ ଅସାଧ୍ୟ ନୁହେଁ । ଇଚ୍ଛାଶକ୍ତି ଥିଲେ ଆପଣ କୌଣସି ବି କାମକୁ ସମ୍ଭବ କରିପାରିବେ । ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କ୍ଷୀରୋଦ ମଲ୍ଲିକ । କ୍ଷୀରୋଦଙ୍କର ଗୋଟିଏ ଗୋଡ଼ ନାହିଁ ତଥାପି ସେ ହାରିଯାଇନାହାନ୍ତି । ସେ ପରିଶ୍ରମ କରିଚାଲିଛନ୍ତି । ଜୀବନ ଯୁଦ୍ଧରେ ସେ ହାର ନମାନି ନିଜ ପରିଶ୍ରମ ବଳରେ ଜୀବନକୁ ଅତି ସୁନ୍ଦର ଭାବେ ଗଢିତୋଳିଛନ୍ତି । ଗୋଟିଏ ଗୋଡ଼ରେ ହିଁ ବିଲରେ ଘଣ୍ଟା ଘଣ୍ଟା ଧରି ଚାଷ କରି ନିଜ ପରିବାର ପାଳୁଛନ୍ତି ।

କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ମଙ୍ଗଳପୁର ଗ୍ରାମର କ୍ଷୀରୋଦ ପେସାରେ ଜଣେ ଡ୍ରାଇଭର ଥିଲେ । ପ୍ରାୟ ୫ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣା ରେ ତାଙ୍କ ଡାହାଣ ଗୋଡ଼ କଟିଯାଇଥିଲା । ତା’ ପରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇ ପଡିଥିଲା । ତେଣେ ଘରେ ପୁଣି ୫ ପ୍ରାଣୀ କୁଟୁମ୍ବ ।

ଏମିତି ପରିସ୍ଥିତିରେ କ୍ଷୀରୋଦ ଆତ୍ମବିଶ୍ୱାସ ନ ହରାଇ ଶେଷରେ ନିଷ୍ପତ୍ତି ନେଲେ ଚାଷ ଜମିରେ ଚାଷ କରିବା ପାଇଁ  । ଆଉ ବୃତ୍ତିକୁ ଆପଣାଇ ଜମିରେ ନାନା ରକମର ଫସଲ ଅମଳ କରୁଛନ୍ତି ସେ । କ୍ଷୀରୋଦଙ୍କ ଏଭଳି କାର୍ଯ୍ୟ ଦେଖି ଗାଁ ଲୋକେ ବି ଆଶ୍ଚର୍ଯ୍ୟ । ଏହାକୁ ନେଇ କ୍ଷୀରୋଦ କହିଛନ୍ତି ସେ ପରିଶ୍ରମ କରିବେ, କାହା ପାଖରେ ହାତ ପତେଇବେ ନାହଁ କି ହାରିବେ ନାହିଁ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.