fbpx

କୌଣସି ବି ମୋବାଇଲ ନମ୍ବର ରହିବନି ଅଜଣା! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା…

Advertisement

ନୂଆଦିଲ୍ଲୀ: ସରକାର ଭାରତୀୟ ଟେଲିକମ୍ୟୁନିକେସନ ବିଲ୍ ୨୦୨୨ ର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଏମିତିରେ ତ ଏହି ଡ୍ରାଫ୍ଟରେ ବହୁତ କିଛି ନୂଆ ଅଛି । କିନ୍ତୁ, କିଛି ଖାସ୍ ନିୟମକୁ ନେଇ ଚର୍ଚ୍ଚା ହେଉଛି । ଏପରି ଏକ ବିଷୟ ହେଉଛି ହ୍ୱାଟ୍ସଆପ୍ ଏବଂ ଅନ୍ୟ ଇଣ୍ଟରନେଟ୍ କଲିଂ ଆପ୍ସର ଲାଇସେନ୍ସ । ଏହି ଆପ୍ସଙ୍କୁ ମଧ୍ୟ ଏବେ ଟେଲିକମ୍ କମ୍ପାନୀଙ୍କ ପରି ଲାଇସେନ୍ସ ନେବାକୁ ପଡ଼ିବ ।

ଏହି ବିଲ୍ କୁ ନେଇ ଦୂରସଞ୍ଚାର ବିଭାଗ ଏହା ଉପରେ ଲୋକଙ୍କଠାରୁ ପରାମର୍ଶ ମାଗିଛି । ଏହି ଡ୍ରାଫ୍ଟ ସହ ଜଡ଼ିତ ସୂଚନା ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଛନ୍ତି । ସେ କହିଛନ୍ତି ଯେ ପିଏମଙ୍କ ନିର୍ଦ୍ଦେଶ କ୍ରମେ ବିଲ୍ ର ଡ୍ରାଫ୍ଟ ଗ୍ରାହକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉ । ସର୍ଭିସ ପ୍ରୋଭାଇଡର ଏବଂ ୟୁଜର ଉଭୟଙ୍କୁ କଲର ଆଉଡିର ସୂଚନା ରହିବା ଦରକାର । ଭଏସ ଏବଂ ଡାଟା କଲ୍ ଭିତରେ ଅନ୍ତର କମ୍ ହୋଇଛି ଏଥିପାଇଁ ସବୁ କଲିଂ ପ୍ଲାଟଫର୍ମଙ୍କ ପାଇଁ ଗୋଟିଏ ରେଗୁଲେସନ ଫଲୋ କରିବାକୁ ହେବ ।

ପ୍ରକୃତରେ ଏବେ ଇଣ୍ଟରନେଟ୍ କଲିଂ କିମ୍ବା ଡାଟା କଲିଂକୁ ନେଇ ଏଭଳି କୌଣସି ନିୟମ ନାହିଁ । ନୂଆ ବିଲ୍ ପାସ୍ ହେବା ପରେ ଡାଟା କଲିଂ ଆପ୍ସଙ୍କୁ ମଧ୍ୟ ଟେଲିକମ୍ କମ୍ପାନୀଙ୍କ ପରି ନିୟମ ପାଳନ କରିବାକୁ ପଡ଼ିବ ।

Get real time updates directly on you device, subscribe now.