fbpx

(Video) ଟେନିସକୁ ଅଲବିଦା କହିଲେ ଫେଡେରର, କାନ୍ଦି ପକାଇଲେ ନାଡାଲ

Advertisement

ନୂଆଦିଲ୍ଲୀ: ଟେନିସ କୋର୍ଟକୁ ଅଲବିଦା କହିଛନ୍ତି କିମ୍ବଦନ୍ତୀ ତାରକା ରୋଜର ଫେଡେରର । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରାଫେଲ ନାଡାଲକୁ ସାଥିକରି ଖେଳି ସେ ବିଦାୟ ନେଇଛନ୍ତି । ଶେଷ ଡବଲ୍ସ ମ୍ୟାଚକୁ ନାଡାଲଙ୍କ ସହ ଖେଳି ହାରିବା ପରେ ସେ ବିଦାୟ ନେଇଛନ୍ତି । ଭାବବିହୋଳ ହୋଇ କାନ୍ଦିକାନ୍ଦି ଲମ୍ବା କ୍ୟାରିୟରକୁ ଅଲବିଦା କହିଛନ୍ତି ଫେଡେରର ।

ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନାଡାଲ ମଧ୍ୟ ଫେଡେରରଙ୍କ ସହ କାନ୍ଦି ପକାଇଥିଲେ । ତେବେ ଫେଡେରର ଲମ୍ବା କ୍ୟାରିୟରରେ ୧୦୩ ଏଟିପି, ୨୦ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଲାଭର କପ୍ ୨୦୨୨ ରେ ସ୍ୱିଜରଲ୍ୟାଣ୍ଡର ଟେନିସ୍ ତାରକା ରୋଜର ଫେଡେରର ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଥିଲେ । କିଛି ଦିନ ପୂର୍ବରୁ ଏହି ଷ୍ଟାର ଖେଳାଳି ଏହି ଟୁର୍ନାମେଣ୍ଟ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ ।

ମ୍ୟାଚ୍ ପରେ ଫେଡେରର ସାଥୀ ଖେଳାଳୀଙ୍କୁ ଆଲିଙ୍ଗନ କରିବା ଏବଂ ଭାଷଣ ଦେବା ସମୟରେ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ । ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫେଡେରର ତାଙ୍କ କ୍ୟାରିୟରରେ ମୋଟ ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି ଏବଂ ରାଫେଲ ନାଡାଲ ଏବଂ ନୋଭାକ ଜୋକୋଭିକଙ୍କ ପଛରେ ଅଧିକାଂଶ ଗ୍ରାଣ୍ଡସ୍ଲାମ ବିଜେତା ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ନାଡାଲଙ୍କର ୨୨ ଟି ଟାଇଟଲ୍ ଏବଂ ଜୋକୋଭିକ୍ଙ୍କର ୨୧ ଟି ଟାଇଟଲ୍ ଅଛି ।

Get real time updates directly on you device, subscribe now.