fbpx

(Video) ଚିତା ସହ ସେଲ୍ଫି ନେଉଥିଲେ ସଫାରୀ ଗାଇଡ୍ : ୟୁଜର୍ସ କହିଲେ…

Advertisement

ନୂଆଦିଲ୍ଲୀ: ପ୍ରାୟ ୭୦ ବର୍ଷ ପରେ ଭାରତକୁ ଫେରିଛନ୍ତି ଚିତା । ଏହି ଚିତାଙ୍କୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହେଉଛି । କିନ୍ତୁ ବର୍ତ୍ତମାନ ଏହି ଚିତାଙ୍କର ଏକ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଭିଡିଓକୁ ଆଇଏଫଏସ୍ ଅଫିସର କ୍ଲିମେଣ୍ଟ ବେନ୍ ସେୟାର କରିଛନ୍ତି । ଏହି ଭିଡିଓରେ ଏକ ଫରେଷ୍ଟ ସଫାରୀର ମଜାଦାର ଦୃଶ୍ୟ ରହିଛି ।

ଭିଡିଓରେ ଦେଖାଯାଉଛି ଯେ ଏକ ଚିତା ସଫାରୀରେ ବୁଲୁଥିବା ଗାଡ଼ି ନିକଟକୁ ଆସୁଛି । ଆଉ ସଙ୍ଗେ ସଙ୍ଗେ ସଫାରୀ ଗାଡ଼ି ଉପରକୁ ଚଢ଼ିଯାଉଛି ଏବଂ ତା ଉପରେ ବସି ରହୁଛି । ଆଉ ବାସ୍ ଏହି ସମୟରେ ସଫାରୀ ଗାଇଡ୍ ଜଣକ ନିଜ ମୋବାଇଲ କାଢ଼ୁଛନ୍ତି ଆଉ ସେଲ୍ଫି ନେଉଛନ୍ତି । ଯାହାକି ଖୁବ୍ ବିପଦପୂର୍ଣ୍ଣ ମଧ୍ୟ ଦେଖାଯାଉଛି ।

ଆଉ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଏହାକୁ ସାହସ ବୋଲି କହୁଥିବାବେଳେ । ଅନେକ ୟୁଜର୍ସ ଏଭଳି ବିପଦପୂର୍ଣ୍ଣ କାମକୁ ନେଇ ଅସନ୍ତୋଷ ପ୍ରକାଶକରି କମେଣ୍ଟ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.