fbpx

ରେଡ୍ ଜୋନରେ ଖୋର୍ଦ୍ଧା, ବଢ଼ୁଛି ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ଓ ଭୁବନେଶ୍ୱରରେ ବଢ଼ିଚାଲିଛି କରୋନା ସଂକ୍ରମଣ । ପାର୍ବଣରେ ସଂକ୍ରମଣ ବଢ଼ିବା ନେଇ ସୂଚନା ଦେଇଛି ଡିଏମଇଟି ସିବିକେ ମହାନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । କିଛିଟା ବଢ଼ି ଦୈନିକ ସଂକ୍ରମଣ ୪୦୦ରୁ ୬୦୦ ଭିତରେ ରହୁଛି । ଟେଷ୍ଟ ପଜିଟିଭିଟି ରେଟ୍ ଓ ଆକ୍ଟିଭ କେସରୁ ଦେଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ୍ କରିଛୁ ବୋଲି ଡିଏମଇଟି କହିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସବୁ ବେଳେ ସଚେତନ ରହିବାକୁ ପଡିବ । ସଚେତନ ରହିଲେ ହିଁ କରୋନା ସଂକ୍ରମଣକୁ ରୋକିହେବ ବୋଲି ସେ କହିଛନ୍ତି ।

ଖୋର୍ଦ୍ଧା ଓ କଟକରେ ଅମାନିଆଙ୍କ ଯୋଗୁଁ ପଜିଟିଭଙ୍କ ସଂଖ୍ୟା ବଢ଼ିଚାଲିଛି । ଲୋକମାନେ କରୋନା କଟକଣାକୁ ମାନୁନାହାନ୍ତି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାରେ ଲୋକେ ଅବହେଳା ପ୍ରଦର୍ଶନ କରୁଛନ୍ତି । ସରକାର ରାତି ୮ଟା ପରେ ବାହାରକୁ ବାହାରିବାରେ କଟକଣା ଲଗାଇଥିଲେ ମଧ୍ୟ ଲୋକମାନେ ଏହାକୁ ମାନୁନଥିବା ଦେଖିବାକୁ ମିଳିଛି । ଫଳରେ ବାଧ୍ୟହୋଇ ଖୋର୍ଦ୍ଧାକୁ ରେଡ ଜୋନ୍ କରାଯାଇଛି । ରାଜ୍ୟର ଅନ୍ୟ ସବୁ ଜିଲ୍ଲା ଏବେ ଗ୍ରୀନ୍ ଜୋନରେ ରହିଛି । ସଂକ୍ରମଣ ବଢ଼ିବାରୁ ଦୀର୍ଘଦିନ ପରେ ପୁଣି ରେଡ୍ ଜୋନକୁ ଫେରିଛି ଖୋର୍ଦ୍ଧା ।

Get real time updates directly on you device, subscribe now.