fbpx

BWF World Championships 2021: ଶ୍ରୀକାନ୍ତଙ୍କୁ ଐତିହାସିକ ରୌପ୍ୟ

ନୂଆଦିଲ୍ଲୀ: ସ୍ପେନରେ ଖେଳାଯାଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର କିଡାମ୍ବି ଶ୍ରୀକାନ୍ତ । ବିଶ୍ୱ ବ୍ୟାଡମିଣ୍ଟନର ପୁରୁଷ ବର୍ଗରେ ରୌପ୍ୟ ଜିତିବାରେ ପ୍ରଥମ ଭାରତୀୟ ହେଲେ କିଡାମ୍ବି ଶ୍ରୀକାନ୍ତ । ପୂର୍ବରୁ ୧୯୮୩ରେ ପ୍ରକାଶ ପାଦୁକୋନ, ୨୦୧୯ରେ ଏଚଏସ ପ୍ରଣୟ, ୨୦୨୧ରେ ଲକ୍ଷ୍ୟ ସେନ୍ ବ୍ରୋଞ୍ଜ ମେଡାଲ ଜତିଥିଲେ ।

ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସିଙ୍ଗାପୁରର ଲୋହ କିନଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି ଶ୍ରୀକାନ୍ତ । ଫାଇନାଲରେ ଲୋହ କିନଙ୍କ ଠାରୁ ୧୫-୨୧, ୨୦-୨୨ ରେ ହାରିଲେ । ଲୋହ କିନ୍ ସିଙ୍ଗାପୁରର ପ୍ରଥମ ସଟଲର ଭାବେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ।

ଶନିବାର ସେମିଫାଇନାଲ ମ୍ୟାଚରେ ଲକ୍ଷ୍ୟ ସେନଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ସଟଲର ହୋଇଯାଇଛନ୍ତି ଶ୍ରୀକାନ୍ତ । ସେ ଲକ୍ଷ୍ୟ ସେନଙ୍କୁ ୧୭-୨୧, ୨୧-୧୪, ୨୧-୧୭ ରେ ପରାସ୍ତ କରିଥିଲେ । ଏହା ସହ ଲକ୍ଷ୍ୟଙ୍କୁ ବ୍ରୋଞ୍ଜ ମେଡାଲ ମିଳିଥିଲା ।

 

 

Get real time updates directly on you device, subscribe now.