fbpx
BSKY
BJD SHG SKY
BJD MC SKY

କ୍ଷମତା ପାଇଁ ହିନ୍ଦୁତ୍ୱର ହାତ ଛାଡିଛି ଶିବସେନା: ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଳୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୁଣି ଥରେ ଶିବସେନାକୁ ଆକ୍ରମଣ କରିଛନ୍ତି । ପୁଣେରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଶିବସେନାକୁ ଇଙ୍ଗିତ କରି କହିଥିଲେ ଶାହ । ଦେଶ ଏମିତି ଏକ ପରସ୍ଥିତିରେ ଥିଲା ଯେଉଁଠି ଲୋକ ସ୍ୱରାଜ୍ୟ ଶବ୍ଦ କହିବାକୁ ଡରୁଥିଲେ ସେ ସମୟରେ ହିନ୍ଦୱୀ ସ୍ୱରାଜ୍ୟ ପାଇଁ ଶିବାଜୀ ମହାରାଜ ନିଜର ଜୀବନ ଉତ୍ସର୍ଗ କରିଥିଲେ । ଏହା ସହିତ ଭାରତୀୟ ସମ୍ବିଧାନର ସଂସ୍ଥାପକ ବି ଆର ଆମ୍ବେଦକରଙ୍କ ପ୍ରତିମା ଅନାବରଣ କରିଥିଲେ ଶାହ । ଆମ୍ବେଦକରଙ୍କୁ ଅପମାନିତ କରିବାର କୌଣସି ସୁଯୋଗ ହାତଛଡା କରିନି କଂଗ୍ରେସ । ଏପରିକି ଆମ୍ବେଦକରଙ୍କୁ ଭାରତ ରତ୍ନ ଅଣ କଂଗ୍ରେସ ସରକାର ରହିଥିବା ବେଳେ ହିଁ ପ୍ରଦାନ କରାଯାଇଥିଲା । ମୋଦୀ କ୍ଷମତାକୁ ଆସିବା ପରେ ସମ୍ବିଧାନ ଦିବସ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ ନିରନ୍ତର ବିରୋଧ କରୁଛି ।

ଏହା ସହିତ ଶାହ ଶିବସେନାର ହିନ୍ଦୁତ୍ୱବାଦକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ହିନ୍ଦୁତ୍ୱର ନାରା ଦେଇ ଶିବସେନା ୨୦୧୯ ନିର୍ବାଚନରେ କ୍ଷମତାକୁ ଆସିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଦଳ କ୍ଷମତା ଲୋଭରେ ହିନ୍ଦୁତ୍ୱକୁ ପାଶୋରି ଯାଇଥିଲା । ଦୁଇ ପିଢି ଧରି ଯେଉଁ ଦଳ ବିରୋଧରେ ଲଢେଇ କରିଥିଲେ ସେହି ଦଳ ସହିତ ମିଶି ଗଲେ ବୋଲି କହିଥିଲେ ଶାହ । ସେହିପରି ରାମ ମନ୍ଦିର ନିର୍ମାଣକୁ ନେଇ ମୁଲାୟମ ସିଂ ଯାଦବ, ଅଖିଳେଶ ଓ ମାୟାବତୀଙ୍କୁ ସମାଲୋଚନା କରିଥିଲେ ।

Get real time updates directly on you device, subscribe now.