fbpx
BSKY
BJD MC SKY
BJD YOUTH SKY

ଚୋରି ଶିଶୁପୁତ୍ର ଉଦ୍ଧାର, ୪ ଜଣଙ୍କୁ ବାନ୍ଧିନେଲା ପୋଲିସ

ରାଉରକେଲା,୧୭ ।୧୨(ଓଡିଶା ଭାସ୍କର): ରାଉରକେଲାରେ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦାନପୁରରୁ ପୋଲିସ ଉଦ୍ଧାର କରିଛି । ଚୋରି ରାକେଟରେ ସମ୍ପୃକ୍ତ ୩ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଥିବା ଜଣାପଡିଛି ।

ତେବେ ଗତ ୪ ତାରିଖରେ ରାଉରକେଲା ଷ୍ଟେସନ ଅଞ୍ଚଳରୁ ଶିଶୁପୁତ୍ର ଚୋରି ହୋଇଥିଲା । ଶିଶୁକୁ ଚୋରାଇ ନେଇଥିଲେ ରାକେଟର ୨ ମହିଳା ଓ ଜଣେ ପୁରୁଷ । ସେମାନେ ଶିଶୁକୁ ଚୋରାଇ ନେଇ ମିଦାନପୁରର ଜଣେ ମହିଳାଙ୍କୁ ୧ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଚୋରି କରିଥିବା ୩ ଜଣ ଓ କିଣିଥିବା ମହିଳା ଗିରଫ ହୋଇଛନ୍ତି । ଚୋରି ଶିଶୁପୁତ୍ରଙ୍କୁ ଉଦ୍ଧାର କରି ସିଡବ୍ଲୁସିକୁ ଜିମା ଦେଇଛି ପୋଲିସ ।

Get real time updates directly on you device, subscribe now.