fbpx
BJD
BJD SKY
BJD SKY

BCCIର ନିୟମ ଭାଙ୍ଗିଦେଲେ କିଙ୍ଗ କୋହଲି: ମହଙ୍ଗା ପଡ଼ିବ କି Social Media ପୋଷ୍ଟ?

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଭାରତୀୟ କ୍ରିକେଟ ଟିମ୍ । ତେବେ ଏହା ଭିତରେ ବିଶ୍ୱକପ ପୂର୍ବରୁ ବୋର୍ଡ ତରଫରୁ ସମସ୍ତ ଖେଳାଳିଙ୍କ ୟୋ-ୟୋ ଟେଷ୍ଟ କରାଯାଇଛି । ତେବେ ଏସିଆ କପ୍ ଏବଂ ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ କ୍ରିକେଟ ଦଳରେ ହଙ୍ଗାମା ଦେଖିବାକୁ ମିଳିଛି । ବିରାଟ ଏହି ପୋଷ୍ଟକୁ ନେଇ ବିସିସିଆଇ ଅସନ୍ତୁଷ୍ଟ ଥିବା ବେଳେ କୋହଲିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆ ଯାଇପାରେ ।

ସୂଚନା ଅନୁସାରେ, ଏସିଆ କପ୍ ପୂର୍ବରୁ ଅଧିନାୟକ ରୋହିତଙ୍କ ସମେତ ବିରାଟ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୟୋ ୟୋ ଟେଷ୍ଟ କରାଯାଇଛି । ଏହି ଟେଷ୍ଟରେ ସର୍ବାଧିକ ସ୍କୋର କରିଛନ୍ତି ସୁପର ଫିଟ ବିରାଟ କୋହଲି । ତେବେ ଏହି ସ୍କୋରକୁ କିଙ୍ଗ କୋହଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ କରି ଦେଇଛନ୍ତି, ଯାହା ବିସିସିଆଇର ନିୟମ ବିରୁଦ୍ଧ । ବିସିସିଆଇର ନିୟମ ଅନୁଯାୟୀ ଖେଳାଳି ସୋସିଆଲ ମିଡିଆରେ କୌଣସି ଗୋପନୀୟ ତଥ୍ୟ ପୋଷ୍ଟ କରିବାକୁ ବାରଣ କରାଯାଇଛି । କୋହଲି ଏହାକୁ ନ ମାନି ୟୋ-ୟୋ ଟେଷ୍ଟ ସମୟର ଫଟୋ ସହିତ ନିଜ ରିପୋର୍ଟକୁ ସୋସିଆଲ ମିଡିଆରେ ଅପଲୋଡ କରି ଦେଇଛନ୍ତି । ତେବେ ଫଟୋ ପୋଷ୍ଟ କରିବା ପାଇଁ କୌଣସି ବାରଣ କରାଯାଇ ନଥିବା ବେଳେ ଚୁକ୍ତିରେ ଟେଷ୍ଟର ରିପୋର୍ଟ ପ୍ରକାଶ ନ କରିବା ପାଇଁ ଖେଳାଳିମାନଙ୍କୁ କୁହାଯାଇ ଥାଏ ।

ବର୍ତ୍ତମାନ ଦଳର ସବୁଠୁ ଅଭିଜ୍ଞ ତଥା ସିନିୟର ଖେଳାଳିଙ୍କ ଏଭଳି କାଣ୍ଡକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେଣୁ କୋହଲିଙ୍କୁ ବିରୋଧରେ ଏବେ କାର୍ଯ୍ୟନୁଷ୍ଠାନ ନେଇପାରେ ଭାରତୀୟ କ୍ରିକେଟ ବୋର୍ଡ । ସୋସିଆଲ ମିଡିଆର ଏହି ପୋଷ୍ଟରୁ ଜଣାଯାଇଛି ଯେ, ବିସିସିଆଇର ଏହି ଟେଷ୍ଟରେ ବିରାଟ କୋହଲି ୧୭.୨ ପଏଣ୍ଟ ସ୍କୋର କରିଛନ୍ତି । ବିରାଟଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ଏହି ଫିଟନେସ ଟେଷ୍ଟ ପାସ୍ କରିଛନ୍ତି । ତେଣୁ ଏହି ରିପୋର୍ଟ ପାଇବା ପରେ ଭାରତ ଆଗାମୀ ଦିନରେ ବିଶ୍ୱକପ ଦଳ ଘୋଷଣା କରିପାରେ ।

Get real time updates directly on you device, subscribe now.