fbpx
BJD
BJD SKY
BJD SKY

World Cup Semiରେ ‘ବିରାଟ’ ରେକର୍ଡ କଲେ କିଙ୍ଗ କୋହଲି: ଭାଙ୍ଗିଲେ ସଚିନଙ୍କ ମାଇଲଷ୍ଟୋନ

BJD

ମୁମ୍ବାଇ: ବିଶ୍ୱକପ ସେମି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ । ଟସ୍ ଜିତି ଏକ ବଡ଼ ଲକ୍ଷ୍ୟ ଆଡ଼କୁ ମୁହାଁଇଛି ଟିମ ଇଣ୍ଡିଆ । ରୋହିତ ଏବଂ ଗିଲ୍ ଙ୍କ ଦମଦାର ଆରମ୍ଭ ପରେ କିଙ୍ଗ କୋହଲି ପଡ଼ିଆରେ ଦେଖାଇଛନ୍ତି ବିରାଟ ରୂପ । ବିଶ୍ୱକପରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ଆଉ ଏକ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷରେ ଚଳିତ ବିଶ୍ୱକପର ଆଉ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ । ଏହା ସହିତ ସେ ସଚିନଙ୍କୁ ଏହି ରେକର୍ଡରେ ପଛରେ ପକାଇଛନ୍ତି ।

ଏହି ଅର୍ଦ୍ଧଶତକୀୟ ଇନିଂସ ସହ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି । କୌଣସି ବିଶ୍ୱକପରେ ସର୍ବାଧିକ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ୍ ସଂଗ୍ରହ କରିବାରେ ସଚିନଙ୍କୁ ଅତିକ୍ରମ କରିଛନ୍ତି କୋହଲି । ୨୦୦୩ ବିଶ୍ୱକପରେ ସଚିନ୍ ତେନ୍ଦୁଲକର ୭ଟି ଇନିଂସରେ ୫୦+ ସ୍କୋର କରିଥିବା ବେଳେ ବିରାଟ ଚଳିତ ବିଶ୍ୱକପରେ ୮ଥର ଏହି କାରନାମା କରିଛନ୍ତି । ଲିଗ୍ ଷ୍ଟେଜରେ ୫ ଅର୍ଦ୍ଧଶତକ ଏବଂ ୨ଟି ଶତକ ସହ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ଅର୍ଦ୍ଧଶତକ ହାସଲ କରି ଏହି ମାଇଲଷ୍ଟୋନ୍ ନିଜ ନାମରେ କରିଛନ୍ତି ।

ଏହାସହିତ ଇଣ୍ଟରନେସନାଲ କ୍ରିକେଟରେ ସର୍ବାଧିକ ୫୦ରୁ ଅଧିକ ରନ୍ କରିବାରେ ମଧ୍ୟ ସେ ଶ୍ରୀଲଙ୍କାର ପୂର୍ବ ଅଧିନାୟକ କୁମାର ସାଙ୍ଗାକାରା ଟପି ଯାଇଛନ୍ତି । ସାଙ୍ଗାକାରା ମୋଟ ୨୧୬ ଥର ୫୦ରୁ ଅଧିକ ରନ୍ କରିଥିବା ବେଳେ ବିରାଟଙ୍କର ଏହି ଅର୍ଦ୍ଦଶତକ ସହ ସେ ମୋଟ ୨୧୭ ତର ୫୦ରୁ ଅଧିକ ରନ୍ କରିବାରେ ସଫଳ ହୋଇଛନ୍ତି । ତେବେ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ୨୬୪ ଟି ୫୦+ ସ୍କୋର ଇନିଂସ ସହ ସଚିନ ପ୍ରଥମରେ ରହିଥିବା ବେଳେ ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ ରିକି ପଣ୍ଟିଂ ୨୧୭ଟି ୫୦+ ଇନିଂସ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.