fbpx

ସ୍କୁଲ ଶିକ୍ଷାରେ ଏକ ବଡ ପରିବର୍ତ୍ତନ, NCERT ବଦଳାଇ ଦେବ ଏହି ଶ୍ରେଣୀ ପର୍ଯ୍ୟନ୍ତ ସାମାଜିକ ବିଜ୍ଞାନ ସିଲାବସ୍‌

ନୂଆଦିଲ୍ଲୀ:ଭାରତର ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (NCERT) ସ୍କୁଲ ଶିକ୍ଷାରେ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ନ୍ୟାସନାଲ ସିଲାବସ୍ ଆଣ୍ଡ ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ କମିଟି (NSTC) ମାଧ୍ୟମରେ ମାଇକେଲ୍ ଡାନିନୋଙ୍କ ଅଧ୍ୟକ୍ଷତାରେ ଏକ ୩୫ ସଦସ୍ୟ ବିଶିଷ୍ଟ ସମିତି ଗଠନ କରାଯାଇଛି । ଏହି କମିଟି ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସାମାଜିକ ବିଜ୍ଞାନ ପାଠ୍ୟକ୍ରମକୁ ବଦଳାଇବା ଦିଗରେ କାମ କରିବେ ।

ଏନସିଆରଟି ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ବିଦ୍ୟାଳୟ ଶିକ୍ଷା ଲାଗି ରାଷ୍ଟ୍ରୀୟ ପାଠ୍ୟଚକ୍ର ଢାଞ୍ଚା ଅଗଷ୍ଟରେ ଜାରି କରାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ପୁରା ଦେଶରେ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ଦିଗରେ ଏନସିଏଫ୍ ଏସ୍‌ଇ ମାର୍ଗଦଶକ ଭାବରେ କାମ କରିଥାଏ । ଏହା ଅନ୍ତର୍ଗତ ସାମାଜିକ ବିଜ୍ଞାନ(ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ସମାଜ ଶାସ୍ତ୍ର) ଲାଗି ପାଠ୍ୟଚର୍ଚ୍ଚା ଗ୍ରୁପ୍ ଗଠନ କରାଯାଇଛି । ଏହି ଗ୍ରୁପ୍ ଅର୍ଥଶାସ୍ତ୍ର ଗ୍ରୁପ୍ ସହ ମିଶି ୬ଷ୍ଠ ଓ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସାମାଜିକ ବିଜ୍ଞାନ ପାଠ୍ୟକ୍ରମ ଓ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବେ । ଏହି ଗ୍ରୁପ୍ ପ୍ରାରମ୍ଭରେ ୩ ଭାଷା (ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁ)ରେ ଶିକ୍ଷକ ଓ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବେ । ପରେ ଏହାକୁ ଅନ୍ୟ ଭାଷାରେ ଅନୁବାଦ କରାଯିବ ।

ଏନସିଆରଟି ପକ୍ଷରୁ ଏହି ଗ୍ରୁପକୁ ବିଭିନ୍ନ କାର୍ଯ୍ୟ ଲାଗି ସମୟସୀମା ବି ଦିଆଯାଇଛି ।  ପୁସ୍ତକ, ଶିକ୍ଷକ ଶିକ୍ଷଣ ସାମଗ୍ରୀ, କାର୍ଯ୍ୟପୁସ୍ତିକା ଆଦି ଆଗାମୀ ବର୍ଷ ୨୦ ଜାନୁଆରୀ ସୁଦ୍ଧା ପ୍ରସ୍ତୁତ କରିବାକୁ ଏନସିଆରଟି ପକ୍ଷରୁ ସମୟ ଦିଆଯାଇଛି । ସେହିପରି ଶିକ୍ଷକଙ୍କ ଲାଗି ହ୍ୟାଣ୍ଡବୁକ୍ ୨୫ ଫେବୃୟାରୀ ସୁଦ୍ଧା ପ୍ରସ୍ତୁତ ହୋଇଯିବ ।

Get real time updates directly on you device, subscribe now.